Latest Odisha News

BREAKING NEWS

କରୋନା ଟିକା ଅକ୍ସଫୋର୍ଡ-ଆଷ୍ଟ୍ର ଜେନେଙ୍କାର ୩ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ

ନୂଆଦିଲ୍ଲୀ: କରୋନା ଟିକା ଅକ୍ସଫୋର୍ଡ-ଆଷ୍ଟ୍ର ଜେନେଙ୍କାର ୨ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ ପକ୍ଷରୁ ଶେଷ ହୋଇଛି।

ସୂଚନା ଅନୁଯାୟୀ ପ୍ରଥମ ଟୀକାକରଣର ୨୮ ଦିନ ସରିଲା ପରେ ଖୁବ୍ ଶୀଘ୍ର ଏହାର ୩ୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରାଯିବ।

ଦ୍ବିତୀୟ ପର୍ଯ୍ୟାୟରେ ୨୦୦ ସୁସ୍ଥ ସ୍ୱେଛାସେବୀ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ଉପରେ କୋଭିସିଲଡ୍ ନାମକ ଟିକାର ପରୀକ୍ଷଣ କରାଯାଇଥିଲା।

ତେବେ କିଙ୍ଗ୍ ଏଡୱାର୍ଡ ମେମୋରିଆଲ୍ ଏବଂ ବିଏଲ୍ ନାୟାର ଡାକ୍ତରଖାନା ପକ୍ଷରୁ ଟ୍ରାଏଲ୍ ପରୀକ୍ଷଣ କରାଯାଉଛି।

ଏହାଛଡା ୩ୟ ପର୍ଯ୍ୟାୟ ଟ୍ରାଏଲ୍ ଅନୁମତି ପାଇଁ ସେମାନେ ଏକ ରିପୋର୍ଟକୁ ଡାଟା ସେଫ୍ଟି ମନିଟରିଂ ବୋର୍ଡ, ସେଂଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାନାଇଜେସନ୍ ନିକଟରେ ଦାଖଲ କରିବେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.