Latest Odisha News

ଏଜାଜ୍ ଖାନଙ୍କୁ ମହଙ୍ଗା ପଡିପାରେ ଭାଇରାଲ୍ ଭିଡିଓ !

ମୁମ୍ବାଇ: ବଲିଉଡର କାମଚଳା ଅଭିନେତା ଏଜାଜ ଖାନ ସବୁବେଳେ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ପଣ୍ଡିତଙ୍କ ବିରୋଧୀ ଏକ ଭିଡିଓ ଭାଇରାଲ୍ ହେବା ପରେ ପୁଣିଥରେ ଏଜାଜ୍ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ ଲୋକେ ଏଜାଜଙ୍କୁ ଟ୍ରୋଲ୍ କରିବା ସହ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।

ଖୋଳତାଡରୁ ଜଣାପଡିଛି ଏହି ଭିଡିଓଟି ୨୦୧୯, ସେପ୍ଟେମ୍ବର ୮ରେ ପ୍ରଥମେ ସାମ୍ନାକୁ ଆସିଥିଲା । ସେହି ସମୟରେ ସାହିଲ ନାମକ ଜଣେ ଯୁବକ ଦିଲ୍ଲୀରେ ମୃତ୍ୟୁବରଣ କରିଥିଲେ । ଏହି ଘଟଣାକୁ ଆଧାରିତ କରି ଏଜାଜ ଭିଡିଓଟିକୁ ପ୍ରସ୍ତୁତ କରି ନିଜ ୟୁ-ଟ୍ୟୁବ୍ ଚ୍ୟାନେଲ୍‌ରେ ଅପଲୋଡ୍ କରିଥିଲେ । ଭିଡଓରେ ଯୁବକଙ୍କ ମୃତ୍ୟୁ ମାମଲାକୁ ନେଇ ସେ ତର୍କ କରିବା ସହ ପଣ୍ଡିତଙ୍କୁ ଖୁନୀ ମଧ୍ୟ କହିଥିଲେ ।

ଅନ୍ୟପଟେ ବର୍ଷେ ପୂର୍ବରୁ ପୋଲିସ ରିପୋର୍ଟରେ ସ୍ପଷ୍ଟ ହୋଇଥିଲା ଯେ, ସାହିଲ ନାମକ ଯୁବକଙ୍କର ମୃତ୍ୟୁ ପଛରେ କୌଣସି ସାମ୍ପ୍ରଦାୟୀକ ଘଟଣା କାରଣ ସାଜିନଥିଲା । ବରଂ ବାଇକ୍ ଧକ୍କାକୁ ନେଇ ହୋଇଥିବା ମାରପିଟରେ ଯୁବକଙ୍କର ମୃତ୍ୟୁ ଘଟିଥିଲା ।

ଏଜାଜଙ୍କ ଭିଡିଓକୁ ନେଇ ଲୋକେ ସୋସିଆଲ ମିଡିଆରେ ତାଙ୍କୁ ଗିରଫ କରିବା ଲାଗି ଅଭିଯାନ ବି ଆରମ୍ଭ କରିସାରିଛନ୍ତି । ତେବେ ଏହି ଘଟଣାକୁ ପୋଲିସ କେତେଦୂର ଗମ୍ଭୀରତାର ସହ ଗ୍ରହଣ କରିଛି, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.