ଫିଲିପାଇନ୍ସ: ମଝି ଆକାଶରେ ବଡ ଅଘଟଣ । ଟ୍ରେନିଂ ଚାଲିଥିବା ବେଳେ ୨ ବିମାନ ମଧ୍ୟରେ ହେଲା ଜୋରଦାର ଧକ୍କା । ଦୁଇଟି ବିମାନ ସମ୍ପୂଣ୍ଣ ର୍ ଧ୍ୱଂସ ହୋଇଥିବା ବେଳେ ସେଥିରେ ଥିବା ୪ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଲିଛି । ଫିଲିପାଇନ୍ସ ବାୟୁସେନାର ସୂଚନା ଅନୁସାରେ ବତାଙ୍ଗସ୍ର ଲିପା ସହରରେ ଥିବା ଫର୍ଣ୍ଣାଣ୍ଡୋ ଏୟାରବେସରେ ଟ୍ରେନିଂ ଚାଲିଥିଲା । ଏଥିରେ ୨ଟି ଏଫଏଫ-୨୬୦ ସିଙ୍ଗଲ ପ୍ରୋପଲର ବିମାନ ସମେତ ଏକାଧିକ ବିମାନ ଅଂଶଗ୍ରହଣ କରିଥିଲେ । ଏହି ଟ୍ରେନିଂ ସମୟରେ ହଠାତ୍ ମଝି ଆକାଶରେ ୨ଟି ବିମାନ ନିୟନ୍ତ୍ରଣ ହରାଇ ପରସ୍ପର ସହ ପିଟି ହୋଇଥିଲେ । କେହି କିଛି ବୁଝିବା ଆଗରୁ ବିମାନ ଦୁଇଟି ସ୍ଥଳ ଭାଗକୁ ଖସି ପଡିବା ପରେ ବିମାନରେ ଥିବା ୪ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । କେମିତି ଓ କାହିଁକି ଏପରି ଏକ ବଡ ଅଘଟଣ ଘଟିଲା ସେନେଇ ବାୟୁସେନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏହି ବିମାନ ଗୁଡିକ ଇଟାଲୀରୁ ଆସିଥିଲା । ଏୟାରଫୋସ ର୍ରେ ଏହି ବିମାନ ଆଉ କେତେ ଅଛି ସୂଚନା ମିଲିନଥିବା ବେଳେ ତାର ଯାଂଚ ହେବ ଆବଶ୍ୟକ ବୋଲି ସୂଚନା ମିଲିଛି । ସେହିପରି ବାୟୁସେନାରେ ସେବା ଯୋଗାଉଥିବା ସମସ୍ତ ଏସଏଫ-୨୬୦ ବିମାନର ଉଡାଣକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି । ତଦନ୍ତ ନସରିବା ପର୍ଯ୍ୟନ୍ତ ସମ୍ପୃକ୍ତ ବିମାନ ଉଡାଣ ହେବନାହିଁ ବୋଲି ନିର୍ଦ୍ଦେଶ ଜାରି ହୋଇଛି ।
ଗୋଟିଏ ବର୍ଷରେ ଏପରି ଘଟଣା ୨ଥର ଘଟିଲାଣିା ଏହାପୂର୍ବରୁ ଚଳିତ ବର୍ଷ ମେ ମାସରେ ଟ୍ରେନିଂ ବେଳେ ଏସଏଫ ୨୬୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେଥିରେ ୨ ସେନା ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ଏବେ ପୁଣି ଏତେ ବଡ ଘଟଣା ଏସଏଫ ୨୬୦ ବିମାନର ଫିଟନେସ୍ ଏବଂ ପାଇଲଟଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

