Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧୫

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ । ଜଗତ ଠାକୁର ଶ୍ରୀ ଜଗନ୍ନାଥ କୋଟି ବ୍ରହ୍ମlଣ୍ଡର କର୍ତ୍ତା । ତାଙ୍କ ପ୍ରତ୍ୟେକଟି ଲୋମ କୂପରେ ଅନେକ ବ୍ରହ୍ମlଣ୍ଡ ମାଲମାଳ ହୋଇ ବିରାଜମାନ କରୁଛି ।ଏହିସତ୍ୟ ଦ୍ୱାପର ଯୁଗରେ ବିଶ୍ଵରୂପ ଦର୍ଶନ ସମୟରେ ପ୍ରମାଣିତ ହୋଇଛି ।ଏପରି ବର୍ଣ୍ଣନା ମଧ୍ୟ ଅଛିଯେ, ଶ୍ରୀଜଗନ୍ନାଥଙ୍କ ମସ୍ତକ ହେଉଛି ଅମ୍ବର, ଚକ୍ଷୁ ହେଉଛନ୍ତି ସୂର୍ଯ୍ୟ ଓ ଚନ୍ଦ୍ର, କଟି ହିମାଦ୍ରୀ, ପୟର ପାତାଳ, ନାଶା ଅଣଚାଶ ପବନ ।

ଏଭଳି ଅନେକ ଉପମାର ଅଧିକାରୀ ଶ୍ରୀଜଗନ୍ନାଥ ସଜ୍ଜନମାନଙ୍କ ବାନ୍ଧବ ଓ ଦୁର୍ଜନମାନଙ୍କର ଯମ ଅଟନ୍ତି । ସେ ହିଁ ସ୍ଥାବର ଜଙ୍ଗମ, ଅଣୁ ପରମାଣୁ, ଜଳ ସ୍ଥଳ ଆକାଶ ସବୁଠାରେ ବ୍ୟାପ୍ତ । କବି ଦିନକୃଷ୍ଣଙ୍କ ଭାଷାରେ “କୋଟି ବ୍ରହ୍ମlଣ୍ଡ ପ୍ରଭୁ ଜଗନ୍ନାଥ, କରନ୍ତି ପୁର୍ଣ ପ୍ରାଣୀ ମନୋରଥ “

କଥିତ ଅଛି ଘୋର ତମସାଛନ୍ନ ଚିଦାକାଶରେ ପ୍ରଣବ (ଓଁ )ତଥା ସପ୍ତ ବ୍ୟାହୃତିର ପରିପ୍ରକାଶ ଘଟିବା ପରେ ପରମାତ୍ମା ପରମେଶ୍ୱର ଙ୍କ ବହୁହେବାର ସଂକଳ୍ପ ଜାତ ହେଲା, ଯାହାର ପ୍ରମାଣ ସ୍ୱରୂପ ସୃଷ୍ଟି ହେଲା ଅସଂଖ୍ୟ ବ୍ରହ୍ମାଣ୍ଡ । ଋଗ ବେଦରେ ବର୍ଣ୍ଣିତ ହୋଇଛି “ସୀମା ସତ୍ୟୋକ୍ତି ପାରିପାତୁ ବିଶ୍ୱତୋ ଦ୍ୟାନୀ ଚ ଯତ୍ର ତତନ୍ନହାନି, ବିଶ୍ୱମନ୍ୟଂ ନିବିଷତେ ଯଦେଦତି ବିଶ୍ୱାହlପୋ ବିଶ୍ୱାହୋଦେତି ସୂର୍ଯ୍ୟ ।”

ଅର୍ଥାତ ଯେଉଁ ସତ୍ୟୋକ୍ତି ଦ୍ୱାରା ପୃଥିବୀ, ଅନ୍ତରୀକ୍ଷ , ନିଖିଳ ପ୍ରାଣୀ ଜଗତ ସୃଷ୍ଟି, ଯେଉଁ ସତ୍ୟୋକ୍ତି ଠାରୁ ଜଡ଼ ଜଗତର ସୃଷ୍ଟି ତଥା ସୃଷ୍ଟି ପାଳନ ଓ ପ୍ରଳୟର ଏହି କର୍ତ୍ତା ସୂର୍ଯ୍ୟ ଉଦୟ ଅସ୍ତର କାରଣ ହୋଇ ଏ ସମଗ୍ର ବ୍ରହ୍ମlଣ୍ଡକୁ ସତତ ରକ୍ଷା କରନ୍ତୁ । ସତ୍ୟୋକ୍ତିର ଏହି ସ୍ପନ୍ଦିତ ଅବସ୍ଥା ହିଁ ବିଶ୍ଵଜଗତ ଓ ସଗୁଣ ବେଦ । ଏହାର ତାରଣ କର୍ତ୍ତା କେବଳ ଶ୍ରୀ ଜଗନ୍ନାଥ। ଆସନ୍ତୁ ଗାଇବା ଭକ୍ତ କବିଙ୍କ ରଚନା “କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର, ଧନ୍ୟ ମହାପ୍ରଭୁ ମହିମା ତୁମର ଅଟେ ଅନନ୍ତ ଅପାର । “ ଜୟ ଜଗନ୍ନାଥ

Leave A Reply

Your email address will not be published.