ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୮
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । କୋଟି ବ୍ରହ୍ମlଣ୍ଡର କର୍ତ୍ତା ଶ୍ରୀ ଜଗନ୍ନାଥ କେବଳ ଏ ସମସ୍ତ ବିପତ୍ତିରୁ ସଂସାରକୁ ରକ୍ଷା କରିବାକୁ ସମର୍ଥ । ଯୁଗ ଯୁଗରୁ ଯୋଗୀ, ମୁନିମାନେ ସେଥିପାଇଁ ପ୍ରତେକ କଠିନ ପରିସ୍ଥିତିରେ ଉଚ୍ଚ ସ୍ୱରରେ ନିବେଦନ କରନ୍ତି “ନିରାଶ୍ରୟମାମ ଜଗଦୀଶରକ୍ଷ “ପ୍ରଭୁ ଶ୍ରୀ ଜଗନ୍ନାଥ ମଧ୍ୟ ଏ ସଂସାରର ପ୍ରତ୍ୟେକ ଜୀବଙ୍କଠାରୁ ଗୋଟିଏ କଥା ଆଶା କରନ୍ତି ; ତାହା ହେଲା ଅନାବିଳ ପ୍ରେମ ଓ ନିସ୍ୱାର୍ଥ ଆତ୍ମସମର୍ପଣ । ଏଇ ଯେପରି ଶ୍ରୀମଦ ଭଗବତ ଗୀତାରେ କହିଛନ୍ତି
“ମଜ୍ୟେବ ମନ ଆଧାତସ୍ୱ ମୟି ବୁଦ୍ଧିଂ ନିବେଶୟ, ନିବସିଷ୍ୟସି ମଜ୍ୟେବ ଅତ ଉର୍ଦ୍ଧଂ ନ ସଂଶୟ । ” (ଗୀତା ୧୨ /୮ )
ଅର୍ଥାତ ତୁମେ ମୋ ଠାରେ ହିଁ ମନ ଲଗାଅ । ମୋଠାରେ ହିଁ ବୁଦ୍ଧି ଲଗାଅ । ଏପରି କଲେ ତୁମେ ମୋ ପାଖରେ ହିଁ ନିବାସ କରିବ, ଏଥିରେ ସଂଶୟ ନାହିଁ । ମାୟା ମୋହ ଯୁକ୍ତ ହୋଇ ସାଧାରଣ ଭକ୍ତଟିଏ ଏ ପରମ ସତ୍ୟକୁ ଉପଲବ୍ଧି କରିପାରେନି । କିନ୍ତୁ ସଦଗୁରୁ ଆଶ୍ରିତ ଭକ୍ତଟିଏ ପ୍ରଭୁଙ୍କ ପାଖରେ ସମ୍ପୂର୍ଣ୍ଣ ସମର୍ପି ଦେଇଥାଏ । ପ୍ରଭୁଙ୍କର ଦର୍ଶନ ମାତ୍ରେ ତା ମନ ରୋମାଂଚିତ ହୁଏ । ଆଖିରୁ ଭାବର ଲୋତକ ଝରିଯାଏ । ତେଣୁ ଆସନ୍ତୁ କରୋନା ମହାମାରୀର ଏ କରାଳ ବିଭୀଷିକାକୁ ପ୍ରତିହତ କରିବାପାଇଁ ଲୋଭ, ମୋହ, ମାୟାକୁ ପଛରେ ପକାଇ କବି ଯଦୁମଣି ଙ୍କ ସହ ଗାଇବା
“ଲୋଭ ମୋହ ମାୟା, ଭ୍ରମ ଛନ୍ଦ ଦ୍ୱନ୍ଦ୍ୱ ଏସବୁ ପଛକୁ ପକା,
ମହାପ୍ରଭୁ ସହ ଥାଉ ଥାଉ ଆଉ କାହାକୁ ନକର ଶଙ୍କା ।”
ଜୟ ଜଗନ୍ନାଥ
Comments are closed.