ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୬
ଜୟ ଜଗନ୍ନାଥ , ଓଁ ନମୋ ଭଗବତେ ବାସୁଦେବାୟ । ଭକ୍ତ ପ୍ରାଣ ଶ୍ରୀଜଗନ୍ନାଥ,ଏହା ସାର୍ବଜନ ବିଦିତ । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ସେ ଭକ୍ତଟିକିଏ ? ଯିଏକି ପ୍ରଭୁଙ୍କର ଏତେ ପ୍ରିୟ ହୋଇପାରେ ! ଏମିତି ଵି ଚିନ୍ତା କରାଯାଇ ପାରେ ପ୍ରକୃତ ଭକ୍ତଟିଏ କେଉଁ କେଉଁ ଗୁଣର ଅଧିକାରୀ ହେଲେ ଶ୍ରୀଜଗନ୍ନାଥ ଙ୍କ ପ୍ରାଣ (ଆପଣାର )ହୋଇପାରିବ !
ଶାସ୍ତ୍ର କହେ, ଜିତେନ୍ଦ୍ରିୟ, ଆସକ୍ତିରହିତ, କ୍ରୋଧ ବଶକାରି, ଦୟାଓ କ୍ଷମା ଗୁଣର ଅଧିକାରୀ ତଥା ସମ୍ପୂର୍ଣ ଶରଣ ନେଇ ଥିବା ବ୍ୟକ୍ତି ହିଁ ପ୍ରଭୁଙ୍କର ଭକ୍ତ ପଦବାଚ୍ୟ ହୋଇଥାଏ । କେବଳ ଏତିକି ନୁହେଁ ପ୍ରଭୃଙ୍କୁ (ଶ୍ରୀ ଜଗନ୍ନାଥ )ଙ୍କୁ ଆପଣାର କରିବା ପାଇଁ ପଞ୍ଚମନ, ସପ୍ତବିକାର, ତଥା ଦଶ ଇନ୍ଦ୍ରିୟଙ୍କୁ ତ୍ୟାଗ ବା ଆୟତ୍ତ କରିବାକୁ ପଡେ । ଭଗବାନଙ୍କ ସେବା ପାଇଁ ଭକ୍ତ ଯେପରି ଆକୁଳ ଥାଏ, ଭକ୍ତର ସାନିଧ୍ୟ ପାଇଁ ଭଗବାନ ବି ସେହିପରି ଅଧିର ହୁଅନ୍ତି । ଭକ୍ତ ଓ ଭଗବାନଙ୍କ ମଧ୍ୟରେ କୌଣସି ବାଛ ବିଚାର ରହେନି । ସେଥିପାଇଁ ଅଛବ ମଣିଷଟିଏ ଠାରୁ ଆରମ୍ଭ କରି ସ୍ୱୟଂ ପ୍ରଥମ ସେବକ ଗଜପତି ମହାରାଜ ମଧ୍ୟ ସମାନ ରୂପେ ଭକ୍ତ ଭାବେ ଭଗବାନଙ୍କ କୃପା ଲାଭ କରନ୍ତି । ତେଣୁ “ବ୍ରହ୍ମ ପୁରାଣ “ନିବେଦନ କରେ :
ପ୍ରତୋସ୍ମି ଯଦି ମେ ନାଥ ବୃଣଅପି ବରମୁତମାମ,
ଦେବା ସୁରାସ ଗନ୍ଧର୍ବ ଯକ୍ଷ ରକ୍ଷମ ହୋରଗା.
ନିର୍ଗୁଣ ନିର୍ମଳ ଶାନ୍ତ, ଯତ ପଶ୍ୟନ୍ତି ମନୀଷୀତଃ,
ତତ୍ ପଦଂ ଗଂତୁମ ଇଚ୍ଛାମି ତ୍ୱତ ପ୍ରସାଦାତ ସୁଦୃଲଭମ ।
ଶେଷରେ ଏତିକି କହିବି ଭଗବତ ଚିନ୍ତନକୁ ସାଥୀକରି ହୃଦୟକୁ ସମର୍ପି ଦିଅ ସେ (ଭଗବାନ ବି ଭକ୍ତ ଭାବରେ ଆପଣେଇବେ । ଜୟ ଜଗନ୍ନାଥ
Comments are closed.