Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୪ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଏ ବ୍ରହ୍ମlଣ୍ଡର ସର୍ବମୟ କର୍ତ୍ତା। କାରଣ ବୋଲି ବିବେଚନା କରି ଆମେ ଜାଣିଲେ ଯେ ସେହି ପରଂବ୍ରହ୍ମଙ୍କ ଇଛା ଶକ୍ତିରୁ ସୃଷ୍ଟି ପ୍ରକାଶିତ ହେଲା। ଏକ ଅନ୍ଧକାରମୟ ଅବସ୍ଥାରେ ପରମାତ୍ମାଙ୍କ ଇଛା ରୂପକ କାରଣରୁ କାର୍ଯ୍ୟ ଅବସ୍ଥାକୁ ଉତ୍ତରଣ ଘଟିଲା। ବ୍ରହ୍ମ ସତ୍ତା କ୍ଷୁଦ୍ରରୁ ବୃହତ ହେବାକୁ ଲାଗିଲା। ଯଥା “ଅନୋରଣିୟାନ, ମହତୋ ମହୀୟାନ “।

ଏକ ବିସ୍ଫୋରଣ ଯୋଗୁ କ୍ଷୁଦ୍ର ଅଣୁ ରୁ ବୃହତ ବ୍ରହ୍ମlଣ୍ଡ ସୃଷ୍ଟି, ଏହି ବିସ୍ଫୋରଣକୁ ପଦାର୍ଥ ବିଜ୍ଞାନ ଓ ବୈଦିକ ଶାସ୍ତ୍ର ରେ ଉତ୍ତରଣ। ଏହି ବିସ୍ଫୋରଣରୁ ଉତ୍ପନ୍ନ ତାରା (ସୂର୍ଯ୍ୟପୁଞ୍ଜ, ଛାୟାପଥ ବା galaxy )ସେହି ଉତ୍ତରଣର ପ୍ରଥମ ମୁହୂର୍ତ୍ତରୁ ସୃଷ୍ଟି ସାଗରରେ ସନ୍ତରଣ କରିବା ଆରମ୍ଭ କଲେ। ବୈଦିକ ଶାସ୍ତ୍ରରେ ମଧ୍ୟ ଏହାର ପ୍ରମାଣ ମିଳେ। ତୈତେରୀୟ ବ୍ରlହ୍ମଣ କହେ “ଯଦତରନ ତତ୍ତlରକାଣାଂ ତାରକତ୍ବଂ, ଯୋ ବା ଇହ ଯଜତେ, ଅମୁଁ ସଲୋକ ନକ୍ଷତ୍ରେ, ତନ୍ମକ୍ଷତ୍ରାଣl ନକ୍ଷେତ୍ରତ୍ବମ୍, ଦେବଗୃହା ବୈନକ୍ଷତ୍ରାଣି, ଯଏବ ବେଦ।” ବିଜ୍ଞାନ ହେଉ ବା ବେଦ ହେଉ ସମସ୍ତେ ସେହି ଗୋଟିଏ ବିନ୍ଦୁ (ଅଣୁ )ରୁ ଜଗତ ସୃଷ୍ଟ ବୋଲି ସହମତ ହୋଇଛନ୍ତି। ବିନ୍ଦୁରୁ ନାଦ (ଓଁକାର )ଓ ନାଦରୁ ବିସ୍ଫୋରଣ। ଶେଷରେ ବିସ୍ଫୋରଣରୁ ବ୍ରହ୍ମlଣ୍ଡ। ଏହା ହିଁ ଚିରନ୍ତନ ସତ୍ୟ। ସେହି ବିସ୍ଫୋରଣ ସୃଷ୍ଟ ତେଜ ହିଁ ସୂର୍ଯ୍ୟ। ସାଧାରଣ ଭାବରେ ବ୍ରହ୍ମଜ୍ଞାନି ମାନେ ପରଂବ୍ରହ୍ମଙ୍କୁ ସତ୍ୟସ୍ୱରୂପ, ତେଜମୟ ସୂର୍ଯ୍ୟ ଓ ତାଙ୍କର ଅଂଶ ସ୍ୱରୂପ ବ୍ରହ୍ମମାନଙ୍କୁ ସେହି ସୂର୍ଯ୍ୟଙ୍କ ଅଙ୍ଗପ୍ରଭା ଭାବରେ ବିବେଚନା କରନ୍ତି। ଯଥା :
“ଯସ୍ୟ ପ୍ରଭା ପ୍ରଭବତୋ ଜଗଦଣ୍ଡ କୋଟି କୋଟି ସ୍ୱଶେଷ ବସୁଧାଦିବିଭୂତିଭିନ୍ନମ, ତଦବ୍ରହ୍ମ ନିଷ୍କଳମନନ୍ତମ୍ ଶେଷଭୁତଂ ଗୋବିନ୍ଦମାଦିପୁରୁଷଂ ତମହଂ ଭଜlମି “(ବ୍ରହ୍ମ ସଂହିତା )। ଅର୍ଥାତ କୋଟି କୋଟି ବ୍ରହ୍ମlଣ୍ଡ ମଧ୍ୟରେ ବସୁଧା (ପୃଥିବୀ )ପ୍ରଭୃତି ଯେଉଁ ବିଭୁତି ସବୁ ଅଛନ୍ତି। ସେହି ନିଷ୍କଳ(ପୂର୍ଣ୍ଣ )ଅନନ୍ତ (ସର୍ବବ୍ୟାପକ )ଓ ଅଶେଷ ଭୂତ (କାରଣ ଭୂତ )ବ୍ରହ୍ମ ଯାହାଙ୍କର ଅଙ୍ଗପ୍ରଭା, ସେହି ଆଦି ପୁରୁଷ ଗୋବିନ୍ଦ (ପରଂବ୍ରହ୍ମ ଶ୍ରୀଜଗନ୍ନାଥ )ଙ୍କୁ ମୁଁ ଭଜନ କରୁଛି। ଏଠାରେ ଅଙ୍ଗପ୍ରଭା କହିବାର ଅର୍ଥ ହେଲା ପରଂବ୍ରହ୍ମ ଗୋବିନ୍ଦଙ୍କୁ ସୂର୍ଯ୍ୟ ସ୍ଥାନରେ ରଖି ତାଙ୍କର କାରଣ ବ୍ରହ୍ମମାନଙ୍କୁ ପ୍ରଭା ଭାବରେ ବିବେଚନା କରିବା। ତେଣୁ ଏଠାରେ ବେଦ ଓ ବିଜ୍ଞାନ ଉଭୟ ସମାନ, ବେଦ ପରଂବ୍ରହ୍ମଙ୍କୁ ସୂର୍ଯ୍ୟ ବୋଲି ବିଚାରି ସକଳ ଶକ୍ତିର ଆଧାର ବୋଲି ପ୍ରମାଣିତ କଲା।

ସେହିପରି ବିଜ୍ଞାନ କ୍ରିୟା ଶକ୍ତିକୁ ବିଚାରକୁ ନେଇ ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର କହିଲା। ପରଂବ୍ରହ୍ମଙ୍କ କ୍ରିୟା ଶକ୍ତି ଯୋଗମାୟା ଓ ସୂର୍ଯ୍ୟ ବସ୍ତୁତଃ ଅଲଗା ଲାଗୁଥିଲେ ମଧ୍ୟ ସୃଷ୍ଟି ତତ୍ତ୍ୱରେ ଏକ ଓ ଅଭିନ୍ନ ନିଶ୍ଚୟ ସେଥିପାଇଁ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପଞ୍ଚଦେବତା ଉପାସନାକୁ ପ୍ରମାଣ ଭାବେ ନିଆଯାଇପାରେ। ଏଠାରେ ଗଣେଶ, ନାରାୟଣ, ରୁଦ୍ର, ଅମ୍ବିକା, ଭାସ୍କର (ସୂର୍ଯ୍ୟ )ଙ୍କୁ ଏକ ବିବେଚନା କରିବାକୁ କୁହାଯାଏ। ଆଗାମୀ ସମୟରେ ବିଷଦ ଆଲୋଚନା କରିବା ବର୍ତ୍ତମାନ ଆରାଧନାର ସମୟ ।

“ପରଂବ୍ରହ୍ମ ସ୍ୱରୂପାତ୍ବଂ ସତ୍ୟାନିତ୍ୟା ସନାତନ, ତେଜ ସ୍ୱରୂପା ପରମା ଭକ୍ତନୁଗ୍ରହ ବିଗ୍ରହ, ସର୍ବସ୍ୱରୂପା ସର୍ବେଷାଂ ସର୍ବଧାରା ପରାତ ପରା “

(ସପ୍ତଶତୀ ଚଣ୍ଡୀ ) ଜୟ ଜଗନ୍ନାଥ

(ଦ. ତ୍ରୀ. ଉବାଚ )

Leave A Reply

Your email address will not be published.