Latest Odisha News

BREAKING NEWS

ନିଆରା ପରମ୍ପରା, ହୋଲିରେ ଗଧ ଉପରେ ବସନ୍ତି ନବବିବାହିତ ଜ୍ୱାଇଁ ପୁଅ

ନିଆରା ଢଙ୍ଗରେ ହୋଲି ଉତ୍ସବ । ନୂଆ ଲୁଗା ପିନ୍ଧି ଗଧ ପିଠିରେ ବସିଥାନ୍ତି ନବବିବାହିତ ଜ୍ୱାଇଁ ପୁଅ

ଭୁବନେଶ୍ୱର: ଶୀତ ଋତୁର ଅନ୍ତ ଓ ଗ୍ରୀଷ୍ଣ ଋତୁର ପ୍ରାରମ୍ଭରେ ପଡିଥାଏ ହୋଲି ପର୍ବ । ଭାରତର କୋଟିକୋଟି ହିନ୍ଦୁଧର୍ମୀ ଏହି ଦିନ ପରସ୍ପର ଦେହରେ ରଙ୍ଗ ବୋଳି ନିଜ ପରମ୍ପରାକୁ ବଜାୟ ରଖିଆସିଛନ୍ତି । ତେବେ ରାଜ୍ୟକୁ ରାଜ୍ୟ ଓ ଜିଲ୍ଲାକୁ ଜିଲ୍ଲା ହୋଲି ପର୍ବ ପାଳନ କରିବା ନେଇ ଭିନ୍ନଭିନ୍ନ ପରମ୍ପରା ରହିଛି ।

ମହାରାଷ୍ଟ୍ରର ବିଡ୍ ଜିଲ୍ଲା ଅନ୍ତର୍ଗତ ଭିଡା ଗାଁରେ ଦୀର୍ଘ ୯୦ ବର୍ଷ ଧରି ଏକ ନିଆରା ଢଙ୍ଗରେ ହୋଲି ପର୍ବ ପାଳିତ ହୋଇଆସୁଛି । ଏହି ଦିନ ଭିଡା ଗାଁରେ ବିବାହ କରିଥିବା ଜ୍ୱାଇଁ ପୁଅକୁ ମନ ପସନ୍ଦର କପଡା ଦିଆଯାଇ ତାଙ୍କୁ ଗଧ ପିଠିରେ ବସିବାକୁ କୁହାଯାଇଥାଏ । ତେବେ ଏହି ଧାରାରେ ଜ୍ୱାଇଁ ପୁଅ ଯେପରି ଭିଡରେ ହଜିନଯାଆନ୍ତି, ସେଥିପାଇଁ ସମଗ୍ର ଗାଁ ଲୋକେ ତାଙ୍କ ଉପରେ ନଜର ରଖିଥାନ୍ତି ।

ସ୍ଥାନୀୟ ଲୋକଙ୍କ ଅନୁଯାୟୀ ଆନନ୍ଦରାଓ ଦେଶମୁଖ ନାମକ ଜଣେ ଜଣାଶୁଣା ବ୍ୟକ୍ତିଙ୍କ ଆଦେଶରେ ଏହି ପରମ୍ପରା ଭିଡା ଗାଁରେ ଆରମ୍ଭ ହୋଇଥିଲା । ଫଳସ୍ୱରୂପ ଆନନ୍ଦରାଓଙ୍କ ଜ୍ୱାଇଁ ହିଁ ପ୍ରଥମେ ଗଧ ପିଠିରେ ବସିଥିଲେ । ଆଜି ବି ଏହି ଗାଁରେ ନୂଆନୂଆ ବାହା ହୋଇଥିବା ଜ୍ୱାଇଁ ପୁଅମାନେ ସକାଳୁସକାଳୁ ଗଧ ପିଠିରେ ବସି ଦିନ ପ୍ରାୟ ୧୧ଟା ଯାଏଁ ଗାଁ ଭିତରେ ବୁଲିଥାନ୍ତି ।

Leave A Reply

Your email address will not be published.