Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୧

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ତ୍ରିମୁର୍ତ୍ତୀ ରୁପ, ଚତୁବୃହ୍ୟ ରୁପ ଅବା ରତ୍ନବେଦିରେ ପୂଜିତ ସପ୍ତବରଣ ସ୍ୱରୂପ ଆମେ ଆଲୋଚନା କରିଲେ। ମୁଖ୍ୟତଃ ଏହି ମୂର୍ତ୍ତି ତତ୍ତ୍ୱର ପୌରାଣିକ ବିଶ୍ଲେଷଣ ଆମେ ବ୍ରହ୍ମପୁରାଣ, ସ୍କନ୍ଦପୁରାଣ, ନାରଦ ପୁରାଣ, କପିଳ ସଂହିତା, ତଥା ନୀଳାଦ୍ରି ମହୋଦୟରେ ଦେଖିବାକୁ ପାଉ। ପୌରାଣିକ ପ୍ରମାଣ ବ୍ୟତୀତ ଐତିହାସିକ, ଆଧ୍ୟାତ୍ମିକ ଅବା କିମ୍ବଦନ୍ତୀ ମୂଳକ ପ୍ରମାଣ ମଧ୍ୟ ପ୍ରଚଳିତ ଅଛି କିନ୍ତୁ ମୁଖ୍ୟତଃ ବ୍ରହ୍ମପୂରlଣ ଓ ସ୍କନ୍ଦପୁରାଣକୁ ଆମେ ପର୍ଯ୍ୟାଲୋଚନା କଲେ ସେଥିରେ ଶ୍ରୀ ସୁଦର୍ଶନଙ୍କ ମୂର୍ତ୍ତିକୁ ନେଇ ବିବେଦ୍ଧ ଦେଖାଯାଏ। ବ୍ରହ୍ମପୁରାଣ ତ୍ରିମୁର୍ତ୍ତୀ (ଶ୍ରୀବଲଭଦ୍ର, ମା ସୁଭଦ୍ରା ଓ ଶ୍ରୀଜଗନ୍ନାଥ )ଙ୍କ ବିଷୟ ବର୍ଣ୍ଣନା କରିବା ସମୟରେ, ସ୍କନ୍ଦ ପୁରାଣ ଚାରି ମୂର୍ତ୍ତି ବା ଚତୁର୍ବ୍ୟୁହ ରୂପରେ ଶ୍ରୀସୁଦର୍ଶନଙ୍କୁ ମିଶାଇ ବର୍ଣ୍ଣନା ଦିଏ। ବ୍ରହ୍ମ ପୁରାଣ ବର୍ଣ୍ଣନା ଅନୁଯାୟୀ “ପ୍ରଥମଂ ଶୁକ୍ଳବର୍ଣ୍ଣlଭଂ ଶାରଦେନ୍ଦୁ ସମପ୍ରଭମ, ଆରକ୍ତାକ୍ଷଂ ମହାକାୟଂ ଫଣୀବିକଟ ମସ୍ତକମ, ଦ୍ୱତୀୟଂ ପୂଣ୍ଡରୀକlକ୍ଷଂ ନୀଳଜିମୂତ ସନ୍ନିଭମ ଅତସୀ ପୁଷ୍ପ ସଂକlଶଂ ପଦ୍ମାପତ୍ରlୟତେକ୍ଷଣମ୍, ତୃତୀୟାଂ ସ୍ଵର୍ଣବର୍ଣ୍ଣlଭାଂ ପଦ୍ମପତ୍ରlୟତେକ୍ଷଣମ୍ ବିଚିତ୍ର-ବସ୍ତ୍ର -ସଂଛନ୍ନାଂ ହାରକେୟୁର ଭୂଷିତାମ (ବ୍ରହ୍ମ ପୁରାଣ )।

କେବଳ ଏତିକି ପାର୍ଥକ୍ୟ ନୁହେଁ ସ୍କନ୍ଦ ପୁରାଣ ବର୍ଣ୍ଣିତ ମୂର୍ତ୍ତି ଯୁଗଳ (ଶ୍ରୀଜଗନ୍ନାଥ ଓ ଶ୍ରୀବଲଭଦ୍ର )ଚତୁର୍ଭୁଜ । ଅବଶ୍ୟ ଏଭଳି ଚତୁର୍ଭୁଜ ମୂର୍ତ୍ତି ଶ୍ରୀମନ୍ଦିର ବେଢାରେ ଏବେ ମଧ୍ୟ ବିରାଜିତ। କଳ୍ପବଟମୂଳରେ ବାଳମୁକୁନ୍ଦ ମନ୍ଦିର ସମ୍ମୁଖରେ ଏକ କ୍ଷୁଦ୍ର ଗୃହରେ ପଶ୍ଚିମ ମୁଖି ହୋଇ ଏହି ବିଗ୍ରହ ବିରାଜିତ। ଏଠାରେ ପ୍ରଭୁ ବଲଭଦ୍ର ଶଙ୍ଖ, ଚକ୍ର, ହଳ ମୁଷଳ ତଥା ଶ୍ରୀଜଗନ୍ନାଥ ଶଙ୍ଖ ଚକ୍ର, ଗଦା, ପଦ୍ମ ଓ ମା ସୁଭଦ୍ରା ପାଶ, ଅଙ୍କୁଶ, ବର, ପଦ୍ମ ଧାରଣ କରିଛନ୍ତି। ଏହା ଶିଳା ବିଗ୍ରହ ଓ ଏଠାରେ ସୁଦର୍ଶନ ନାହାନ୍ତି। କିନ୍ତୁ ବ୍ରହ୍ମ ପୁରାଣ ବର୍ଣ୍ଣନା ଅନୁସାରେ ପ୍ରଭୁ ବଲଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ଦୁଇଟି ହସ୍ତର ବର୍ଣନା ଦେଖାଯାଏ। କିନ୍ତୁ ଏହା ସ୍ୱୟଂ ସମ୍ପୂର୍ଣ୍ଣ ଓ ଅସ୍ତ୍ର ଧାରଣକ୍ଷମ । ତେଣୁ ବର୍ତ୍ତମାନ ବିରାଜିତ ବିଗ୍ରହ ସମ୍ପୂର୍ଣ୍ଣ ଭାବରେ ନିଆରା ଓ ଏହା ସମସ୍ତ ଦର୍ଶନ, ତତ୍ତ୍ୱ ଓ ଧର୍ମ ଧାରଣାର ଏକ ସମନ୍ୱିତ ରୁପ। ବିଶେଷତଃ ବ୍ରହ୍ମl, ବିଷ୍ଣୁ, ମହେଶ୍ୱର ଏହି ତ୍ରିଦେବ ଆରାଧନା ତ୍ରିମୁର୍ତ୍ତୀ ତତ୍ତ୍ୱରେ ପ୍ରତିଫଳିତ। ତତ୍ପରେ ଜୀବ, ମାୟା, ପରମ ଓ କାଳ ତତ୍ତ୍ୱ ଆଧାରରେ ଚତୁବୃହ୍ୟ ରୁପ ଓ ଶେଷରେ ସର୍ବମତର ପୃଷ୍ଟି ପାଇଁ ସପ୍ତବରଣ ମୂର୍ତ୍ତି ଉପାସନା ପ୍ରଚଳିତ। ଶେଷରେ ଆଦି କବି ସାରଳା ଦାସଙ୍କ ପରି ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ନିରାକାର ପୁରୁଷ ରୂପେ ବିବେଚନା କରି ଆସନ୍ତୁ ତାଙ୍କରି ଭାଷାରେ କରିବା ଆରାଧନା

“ଆଦି ଅନ୍ତ ମଧ୍ୟେ ଅବସାନ ଯାର ନାହିଁ,
ସେ ନିରାକାର ପୁରୁଷ ଦେଖିବକି କାହିଁ,
ଅନନ୍ତ କୋଟି ବ୍ରହ୍ମlଣ୍ଡ ବ୍ୟାପେ ତେଜ ଯାର,
ମୁହିଁ ତାଙ୍କୁ କି ବର୍ଣ୍ଣିବି କି ଶକତି ମୋର
ସେ କାମପାଳ ପlଦେ ରହୁ ମୋର ମତି,
ସାରଳା ଦାସ ମlଗଇ ଅନ୍ତିମେ ମୁକତି।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.