ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୨୮
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ବିଜେ ସ୍ଥଳି ଶ୍ରୀମନ୍ଦିରର ରତ୍ନସିଂହାସନ ପ୍ରଣବାତ୍ମକ ଓ ମହାପଦ୍ମ ସ୍ୱରୂପ। କାରଣ ଏହାରି ଉପରେ ପଞ୍ଚ ବୀଜ ସ୍ୱରୂପ ଶ୍ରୀବିଗ୍ରହମାନେ ଉପବେଶନ କରିଛନ୍ତି। ଯଥା : “ହ୍ରିଂ ବୀଜ ବଳଭଦ୍ରଶ୍ଚ, ଶ୍ରୀଂ ସୁଭଦ୍ରିକା ତଥା, କ୍ଲିଂ ଚୈବ ଜଗନ୍ନାଥଃ ଧ୍ରିଂ ସୁଦର୍ଶନ ଭବେତ, ଶ୍ରୀଂ ସିଂହାସନଂ ବ୍ରହ୍ମ ପଞ୍ଚ ବୀଜ ଇଦଂ ଭବେତ ।”(ଶୂନ୍ୟ ସଂହିତା )
ଶ୍ରୀଜୀଉମାନେ ହେଉଥିବା ମୁଖ୍ୟତଃ ୩୨ (ବତିଶି ) ବେଶ ମଧ୍ୟରୁ ଅଧିକାଂଶ ବେଶ ଏହି ରତ୍ନସିଂହାସନ ଉପରେ ହିଁ ସମ୍ପନ୍ନ ହୁଏ । ଶ୍ରୀଜୀଉମାନେ ହେଉଥିବା ରଘୁନାଥ ବେଶ ଅତ୍ୟନ୍ତ ମନୋ ମୁଗ୍ଧକର ଏଥିରେ ଜଗନ୍ନାଥଙ୍କୁ ରାମଚନ୍ଦ୍ର, ବଳଭଦ୍ରଙ୍କୁ ଲକ୍ଷ୍ମଣ ବେଶ, ଓ ମା ସୁଭଦ୍ରାଙ୍କୁ ମା ସୀତା ଙ୍କ ରୂପ ସର୍ବୋପରି ସୁଦର୍ଶନଙ୍କୁ ଭକ୍ତ ହନୁମାନଙ୍କ ରୂପେ ଦର୍ଶନ କରାଯାଏ। ଶାସ୍ତ୍ର କହେ “ଜଗନ୍ନାଥ ମହାବାହୋ ପ୍ରତ୍ୟକ୍ଷ ରଘୁନନ୍ଦନଂ, ସୌମିତ୍ରୀ ବଳଦେବଶ୍ଚ ଭଦ୍ରା ମୈଥିଳିମେବଚ, ପୁରତୋ ତେଜଚାପଶ୍ଚlୟୁଧ ଭୀମ ମହାବଳଂ ବାତଜାତସହବନ୍ଦ୍ୟଂ ରେଫାରୂଢଂ ଚତୁବ୍ର୍ୟୁହମ ।”(ନୀଳାଦ୍ରିଶ ଅର୍ଚ୍ଚନ ଚନ୍ଦ୍ରିକା, ରାମନବମୀ କଳ୍ପ )
ଏହାକୁ ସମର୍ଥନ କରି ସନ୍ଥ ତୁଳସୀ ଦାସ କହନ୍ତି “ଯୋହି ରାମ ସୋହି ଜଗଦୀଶା, ଦିନହିକେ ଅନନ୍ତ ପର୍ବତ ଶେଷl ।” ଏଭଳି ଭାବରେ ରତ୍ନ ସିଂହାସନ ପ୍ରଭୁଙ୍କର ଅନେକ ବେଶ ଅନେକ ଲୀଳାର ମୁକସାକ୍ଷୀ ହୋଇ ରହିଛି, ଆସନ୍ତୁ ଥରେ ମାନସ ଚକ୍ଷୁରେ ଚିନ୍ତନ କରି ବୁଲି ଆସିବା ସେହି ରତ୍ନ ସିଂହାସନ ଚାରିପାଖରେ, କାରଣ “ଭକ୍ତ୍ୟl ପ୍ରଦକ୍ଷିଣଂ କୁର୍ଯ୍ୟାତ, ସ୍ମରଣେ ନାମ ଯତ୍ନତଃ, କୋଟି ତୀର୍ଥ ଫଳଂ ତସ୍ୟ ଲଭନ୍ତେ ମାନବାଃ ଧ୍ରୁବମ। ” ଅର୍ଥାତ ମନରେ ପ୍ରଭୁଙ୍କର ନାମ ନେଇ ବା ଜପ କରି, ଏହି ଶାଳଗ୍ରାମ ଶିଳା ସ୍ୱରୂପ ତଥା ପ୍ରଣବରୂପ ରତ୍ନସିଂହାସନ ପ୍ରଦକ୍ଷିଣ କଲେ, କୋଟି ତୀର୍ଥ ଭ୍ରମଣର ପୁଣ୍ୟ ମିଳେ। ଆସନ୍ତୁ ପ୍ରଦକ୍ଷିଣ ସହ ଏହାର ସାମଗ୍ରିକ ସ୍ଥୁଳ ରୂପକୁ ବିଶ୍ଳେଷଣ କରିବା ଆଗାମୀ ଅଧ୍ୟlୟରେ। ବର୍ତ୍ତମାନ ଆରାଧନା, ସେହି ଭାଗବତ ପଠନ ।
ସମସ୍ତେ ଯୋଡି ବେନି କର
ଚିନ୍ତିବ ହୃଦୟ କମଳ
ମନ ପବନ କରି ସ୍ଥିର
ଆସନେ କୁଞ୍ଚିତ ଆଧାର
ପରମାତ୍ମା ଦିବ୍ୟମୂର୍ତ୍ତି
ହୃଦୟ ପଦ୍ମ ମଧ୍ୟେ ଚିନ୍ତି ।
ଜୟ ଜଗନ୍ନାଥ, (ଦ. ତ୍ରି. ଉବାଚ )
Comments are closed.