Latest Odisha News

BREAKING NEWS

ଭାଷା ଭାଗବତ : ସାର୍ଥକ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୮ 

ତୁଂଡରୁ ଶୁଭୁ ଶୁଦ୍ଧ ସତ୍ୟ
ଚିତ୍ତରେ ଥାଉ ଆନୁଗତ୍ୟ
ହୃଦୟେ ପୂରିଥାଉ ପ୍ରୀତି
ମତିରେ ରହୁ ସ୍ଥିର ସ୍ଥିତି

ହାତ ବି କରୁଥାଉ ଦାନ
କାନ ନ ଶୁଣୁ ବିଜ୍ଞାପନ
ଆଖି ଆଗରେ ରହୁ ଲକ୍ଷ୍ୟ
କେ ନୋହୁଁ କାହାର ବିପକ୍ଷ

କରିଲେ ଏ ସବୁ ଅଭ୍ୟାସ
ଅବଶ୍ଯ ବ୍ୟକ୍ତିତ୍ବ ବିକାଶ
ସହିତ ହୁଏ କ୍ରମୋନ୍ନତି
ନିଶ୍ଚିହ୍ନ ହୋଇଯାଏ ଭ୍ରାଂତି

ଏ ସବୁ ଗୁଣ ଆହରଣ
କରିଲେ ସାର୍ଥକ ଜୀବନ
ସ୍ବଭାଷା ହେଉ ସହାୟକ
ନିଶ୍ଚିତ ବିକାଶ ବର୍ଧକ

 

Leave A Reply

Your email address will not be published.