ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୩
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ ଜଗମୋହନର ଠିକ ଦକ୍ଷିଣ ପାର୍ଶ୍ଵରେ କୂର୍ମବେଢା ପ୍ଲଟ ନମ୍ବର ୮୨ ରେ ଏହି ଆଲୋଚ୍ୟ ମୁକ୍ତି ମଣ୍ଡପ ରହିଛି। କେହି କେହି ମୁକ୍ତି ମଣ୍ଡପର ଷୋହଳ ସ୍ତମ୍ଭ ଗଜପତି ପ୍ରଥମ ରାମଚନ୍ଦ୍ର ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ଷୋହଳ ବ୍ରlହ୍ମଣ ଶାସନ ପ୍ରତୀକ କହିଥିବା ବେଳେ, ଆଉ କେତେକ ମତ ପ୍ରକାରେ ଏହା ଷୋହଳ ପ୍ରକାର ବ୍ରlହ୍ମଣ ପଣ୍ଡିତ ଶ୍ରେଣୀକୁ ବୁଝାଇଥାଏ । ଯଥା ଆଚାର୍ଯ୍ୟ, ପ୍ରଚାରକ, ବ୍ରହ୍ମl, ଚରୁହୋତୃ, ସମିଧ୍ୟହୋତୃ, ହୋତା, ନ୍ୟାସାଚାର୍ଯ୍ୟ, ମଣ୍ଡଳାଚାର୍ଯ୍ୟ, ପୁସ୍ତକାଚାର୍ଯ୍ୟ, ଚାରିବେଦ ପାଇଁ ଚାରି ଆଚାର୍ଯ୍ୟ, ଅଗ୍ନିରକ୍ଷକ, ଜ୍ୟୋତିଷ, ଓ ତାପକ ନାମରେ ପ୍ରସିଦ୍ଧ ଅଟନ୍ତି। ଆଗରୁ ଏହି ମୁକ୍ତି ମଣ୍ଡପ ରେ ସମୁଦାୟ ୨୧ ଜଣ (୧୬ +୪ +୧ )ବସିବାର ଅଧିକାର ପାଇଥିବାର ଆଲୋଚନା କରିଛେ। ବର୍ତ୍ତମାନ କିନ୍ତୁ ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ମୁକ୍ତି ମଣ୍ଡପ ସଭାରେ ନିମେଇ 6ଶାସନ, ରlହlଙ୍ଗ ୧୦ ଶାସନ, ସିରୋଇ ୭ ଶାସନ ବସିବାର ଅଧିକାର ପାଇଛନ୍ତି। ଏହା ବ୍ୟତୀତ ଦଣ୍ଡୀ ସନ୍ୟାସୀ, ରାଜଗୁରୁ, ରାୟଗୁରୁ ଓ ଦେଉଳ ପୁରୋଧାଙ୍କର ଅଧିକାର ସାବ୍ୟସ୍ତ ହୋଇଛି। ଏହି ସଭାର ମୁଖ୍ୟ ଦାୟିତ୍ୱ ବିଷୟରେ ତତ୍କାଳୀନ ପୁରୀ କଲେକ୍ଟର ଗ୍ରୋମ ସାହେବ ଙ୍କ ୧୮୦୫ ମସିହାରେ ଦେଇଥିବା ରିପୋର୍ଟ କହେ ମନ୍ଦିରର ଶୃଙ୍ଖଳା ରକ୍ଷା ସହ ସେବକମାନଙ୍କ କର୍ତ୍ତବ୍ୟରେ ଅବହେଳା ହେଲେ କି ପ୍ରକାରର ଦଣ୍ଡ ବିଧାନ ହେବ ତାହା ଏହି ସଭା ନିର୍ଣ୍ଣୟ କରେ ।
ଏହି ସେବାୟତମାନଙ୍କ ଚୟନ ମଧ୍ୟ ଏହି ସଭା କରିଥାଏ । ଧର୍ମୀୟ ସଙ୍କଟର ସମାଧାନ, ପାଳିତ ହେଉଥିବା ପର୍ବ ପର୍ବାଣୀର ସମସ୍ତ ବିଧିବିଧାନ ନିର୍ଣ୍ଣୟ କରିବା, ସର୍ବୋପରି ଶଙ୍କରାଚାର୍ଯ୍ୟ ପ୍ରଦଶିତ ସମସ୍ତ ଧର୍ମ ରକ୍ଷାର ଆଚର ବ୍ୟବହାରକୁ ପାଳନ କରାଇ, ନିଜେ ପାଳନ କରିବା ଏହି ସଭାର ମୁଖ୍ୟ କାର୍ଯ୍ୟ ଧନ ଅର୍ଜନ ପନ୍ଥା ସହ ଧର୍ମ ରକ୍ଷାର ବ୍ୟବସ୍ଥା କରିବା ଏହାର ମୂଳ ଲକ୍ଷ୍ୟ । କାରଣ ଚାଣକ୍ୟଙ୍କ ଅନୁସାରେ “ଧନlତ ଧର୍ମ ତତଃ ସୁଖମ ଏହାକୁ ଶ୍ରୀମଦ ଭାଗବତ କହେ :-
ଧନ ଅର୍ଜନେ ଧର୍ମ କରି
ଧର୍ମେ ପ୍ରାପତ ନରହରି ।
ଏହି ବିଷୟରେ ଆଗାମୀ ଅଧ୍ୟlୟ ରେ ଆଲୋଚନା କରିବା, ଏହି ମଣ୍ଡପରେ ପାଳିତ ହେଉଥିବା ଯାନିଯାତ୍ରା ବିଷୟରେ ମଧ୍ୟ ଜାଣିବା, ବର୍ତ୍ତମାନ ଆରାଧନାରେ ଭାଗବତ ପାଠ କରିବା ।
“ମୋର ଭକତି ଆଉ କାହିଁ
ମୋ କଥା କର୍ଣ୍ଣେ ନ ଶୁଣଇ ।
ଶ୍ରୁତି ଯେ କହେ ତିନି ଖଣ୍ଡ
ଜ୍ଞାନ, ଦେବତା, କର୍ମକାଣ୍ଡ ।
ସେ ବେଦୁଁ କର୍ମ ଉତପତି
ପରଂବ୍ରହ୍ମ ତାର ଗତି ।
ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )
Comments are closed.