Latest Odisha News

BREAKING NEWS

ଭାଷା ଭାଗବତ : ଭାଷା ତ ସ୍ବଭାବେ ସୀମିତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୬

ମାପନୀୟ ଓ ଗଣନୀୟ
ହେଲେ ଘଟଇ ବୃଦ୍ଧି, କ୍ଷୟ
ତଥ୍ଯ, ସୂଚନା ହୁଏ ମାପି
ଜ୍ଞାନ ଓ ଭାବ ସର୍ବବ୍ୟାପୀ

ପୃଷ୍ଠାରେ ଶବ୍ଦ, ବର୍ଣ ଗଣି
ଆକାର ପାରୁଁ ସିନା ଜାଣି
ତହିଁରେ ନିହିତ ଭାବାର୍ଥ
ବୁଝିବା ପାଇଁ ଅସମର୍ଥ

ସ୍ଥୂଳ ଶରୀର, ସୂକ୍ଷ୍ମ ମନ
କରି ଏକାଠି ଅବସ୍ଥାନ
ରକ୍ଷା କରଂତି ସମନ୍ବୟ
ଜ୍ଞାନ ହିଁ ଲଭଇ ବିଜୟ

ଭାଷା ତ ଧ୍ବନି ବା ଅକ୍ଷର
ଶ୍ରାବ୍ୟ ଓ ଦୃଶ୍ଯ ବାରଂବାର
ହେଲେ ବି ନୁହଇ ଅମର
ବୋହେ ଭାବ ଓ ଜ୍ଞାନ ଭାର

ଭାଷା ତ ସ୍ବଭାବେ ସୀମିତ
ଭାବ ଓ ଜ୍ଞାନ ଅସୀମିତ
ଭାବ ଓ ଜ୍ଞାନ ବୋହି ଭାଷା
ବଢ଼ାଏ ଆଶା ଓ ଭରସା

 

Leave A Reply

Your email address will not be published.