Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୬ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଚାରି ଦିଗରେ ଚାରି ଆଶ୍ରମ ବିଭିନ୍ନ ସମୟରେ ଗଢି ଉଠିଲା । ପୂର୍ବ ଦିଗରେ ମହର୍ଷି ଅଙ୍ଗିରାଙ୍କ ଆଶ୍ରମ, ପଶ୍ଚିମ ଦିଗରେ ଋଷି ମାର୍କଣ୍ଡେୟ ଙ୍କ ଆଶ୍ରମ, ଦକ୍ଷିଣ ଦିଗରେ ଭୃଗୁ ଋଷିଙ୍କ ଆଶ୍ରମ ଓ ଉତ୍ତର ଦିଗରେ କଣ୍ଡୁ ଋଷିଙ୍କ ଆଶ୍ରମ । କିନ୍ତୁ ଏହି ଚାରି ଆଶ୍ରମର ଶ୍ରୀମନ୍ଦିର ଓ ଶ୍ରୀଜୀଉଙ୍କ ସହ ସମ୍ପର୍କ ଅତି ନିବିଡ଼ ଆଲୋଚନା ଆରମ୍ଭ କରିବା ପୂର୍ବ ଦିଗରୁ କାରଣ ଏହି ଆଶ୍ରମଟି ଶ୍ରୀମନ୍ଦିର ର ମୂଖ୍ୟ ଦ୍ୱାର ସିଂହ ଦ୍ୱାର ସମ୍ମୁଖରେ ଥିବା ଦୋଳମଣ୍ଡପ ସାହିସ୍ଥ
ଜହ୍ନିମୁଣ୍ଡିଆ ଛକର ଦକ୍ଷିଣ ପାର୍ଶ୍ଵରେ ଅବସ୍ଥିତ। ମହର୍ଷି ଅଙ୍ଗିରସ ଯେକି ଅଙ୍ଗିରା ଋଷି ଭାବରେ ଖ୍ୟାତ ସେ ଏହାର ପ୍ରତିଷ୍ଠାତା।

ସ୍ୱୟଂ ସୃଷ୍ଟିକର୍ତ୍ତା ବ୍ରହ୍ମl ଙ୍କ ପୁତ୍ର ହେଉଛନ୍ତି ଋଷି ଅଙ୍ଗିରା କଦ୍ଧର୍ମ ଋଷିଙ୍କ କନ୍ୟା ଶ୍ରଦ୍ଧା ଙ୍କୁ ସେ ବିବାହ କରିଥିଲେ. ଦୁହିଁଙ୍କ ଔରସରୁ ଦୁଇ ପୁତ୍ର ବୃହସ୍ପତି ଓ ଉଦୟ ଜନ୍ମ ନେଇଥିଲେ. ଅଙ୍ଗିରା ମହର୍ଷି ଜଣେ ସିଦ୍ଧ ସାଧକ ଥିଲେ। ମନ୍ତ୍ର ଦ୍ୱାରା ଆବାହନ କରି ବୃକ୍ଷ କୋଟରରୁ ବ୍ରହ୍ମ ଅଗ୍ନିଙ୍କୁ ପ୍ରକଟ କରାଇ ପାରୁଥିଲେ। ଜଣେ ମହାନ ବିଦ୍ୱାନ ହିସାବରେ ଅନେକ ଶାସ୍ତ୍ରରେ ପାରଦର୍ଶିତା ଲାଭ କରିବା ସହ ସେ ରଚନା କରିଛନ୍ତି।

ଅଙ୍ଗିରସ ସଂହିତା, ଅନୁଷ୍ଠୁପ ଛନ୍ଦ, ଅନେକ ଜ୍ୟୋତିଷ ଗ୍ରନ୍ଥ ଇତ୍ୟଦି ମହର୍ଷି ଅଙ୍ଗିରାଙ୍କ ଦ୍ୱାରା ନିର୍ମିତ୍ତ ମୂଲ ଆଶ୍ରମ ବର୍ତ୍ତମାନ ସମ୍ପୂର୍ଣ୍ଣ ଦୃଷ୍ଟି ଗୋଚର ହୁଏନି। ଆଶ୍ରମର ପ୍ରାଚୀନ ମଣ୍ଡପ ବର୍ତ୍ତମାନ ଦୃଷ୍ଟିକୁ ଆସେନି । ଏହା ପୋତି ହୋଇ ଏବେ ଗୋଟିଏ ଛୋଟିଆ ଚାନ୍ଦିନୀ ଦୃଷ୍ଟିରେ ପଡେ। ଏହା ଛଡା କେତେ ଗୁଡିଏ ପ୍ରାଚୀନ ବର ଓ ଅଶ୍ଵସ୍ଥ ବୃକ୍ଷ ଏକାଠି ଛନ୍ଦା ଛନ୍ଦୀ ହୋଇ ବଢ଼ିଥିବାର ଦେଖାଯାଏ। ଏହି ଛନ୍ଦଣି ମଧ୍ୟରେ କିଛି ପୁରାତନ କୋଠରୀ ରହିଛି। ବିଶ୍ୱାସ ଅଛି ଏଠାରେ ମହର୍ଷିଙ୍କ ଶିଷ୍ୟ, ପ୍ରଶିଷ୍ୟମାନେ ଗଭୀର ଯୋଗ ସାଧନା କରୁଥିଲେ। ବଡ଼ଛତା ମଠ ତରଫରୁ ଏଠାରେ ଏକ ରୋଷଶlଳା ନିର୍ମାଣ ହୋଇଛି, ଯେଉଁଠି ପ୍ରତିଦିନ ଭୋଗ ପ୍ରସ୍ତୁତ ହେଉଛି। ଆଗାମୀ ଅଧ୍ୟାୟରେ ଜାଣିବା ଏଠାରେ କେଉଁ କେଉଁ ଦେବତା ପୂଜା ପାଉଛନ୍ତି ଓ ଶ୍ରୀମନ୍ଦିର ରୀତିନୀତି ସହ ଏହି ଆଶ୍ରାମର ସମ୍ପର୍କ କଣ ? ବର୍ତ୍ତମାନ ଆରାଧନା ଓ ଭାଗବତ ପଠନର ସମୟ ।

ସଂସ୍କାର ତପ ଜପ ଧ୍ୟାନ
ଏ ସର୍ବ ପବିତ୍ର ବିଧାନ।
ଯେତେ ଏ ବିବିଧ ପ୍ରକାର
ପବିତ୍ର ବାହ୍ୟ କଳେବର ।
ମୋର ସ୍ମରଣ ଯେହୁ କରେ
ସେ ଶୁଦ୍ଧ ଅନ୍ତରେ ବାହାରେ ।
ଯେ ନିତ୍ୟ ମୋ ନାମ ସୁମରି
ସେ ସର୍ବ କର୍ମେ ଅଧିକାରୀ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.