ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୯
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଚତୁବୃହ୍ୟ ରୁପ ବା ଚତୃଦ୍ଧl ମୂର୍ତ୍ତିଙ୍କୁ ବିଷ୍ଣୁଙ୍କ ଚାରି ସ୍ୱରୂପରେ ବିବେଚନା କରାଯାଏ। ଯଥା : ଜ୍ଞାନାତ୍ମକ ସତ୍ୟ ମହାବିଷ୍ଣୁ, ଐଶ୍ଵର୍ଯ୍ୟlତ୍ମକ ସତ୍ୟ ସଦାବିଷ୍ଣୁ, ସର୍ବବ୍ୟାପକ ସତ୍ୟ ଅନିରୁଦ୍ଧ (ବିଷ୍ଣୁ,), ଅପରିମିତ ସତ୍ୟ ଅଚ୍ୟୁତ (ବିଷ୍ଣୁ )। ଏହି ସତ୍ୟ ଗୁଡିକର ଜ୍ଞାନ ବିନା ଜୀବ ମାୟାରେ ଆବଦ୍ଧ ହୋଇ ଅବିଦ୍ୟା ଓ ଅଜ୍ଞାନର ଶିକାର ହୁଏ। ଶ୍ରୀଜଗନ୍ନାଥ (ପରମ ପୁରୁଷ ବିଷ୍ଣୁ ବା ନାରାୟଣ ) ଦକ୍ଷିଣ ଭାଗରେ ଜ୍ଞାନ ଓ ଐଶ୍ଵର୍ୟ୍ଯ ତଥା ବାମଭାଗରେ ଅଚ୍ୟୁତ ଓ ଅନିରୁଦ୍ଧଙ୍କ ଗୁଣ ଧାରଣ କରି ଏ ସୃଷ୍ଟି ର ପରିପାଳନ କରନ୍ତି। ତେଣୁ ବୈଦିକ ରୀତିନୀତି ଅନୁସାରେ ବିଷ୍ଣୁ ବା ନାରାୟଣଙ୍କ ଅର୍ଚ୍ଚନା ଓ ଆରାଧନା ଜୀବର ମୁଖ୍ୟ କର୍ତ୍ତବ୍ୟ ଅଟେ। ଏହା ଦ୍ୱାରା ଜୀବର ଅଜ୍ଞାନ ଓ ମାୟା (ଅବିଦ୍ୟା )ଦୂରୀଭୂତ ହୁଏ। ଭାଗବତ କହେ ପରମ ପୁରୁଷ ଭଗବାନ ବିଷ୍ଣୁ (ଶ୍ରୀଜଗନ୍ନାଥ )ଙ୍କ ଆରାଧନା ପୁରୁଷସୂକ୍ତରେ କରାଯାଏ। ଏହା ସମ୍ପୂର୍ଣ୍ଣ ବୈଦିକ ମନ୍ତ୍ର ଅଟେ । ଯଥା :
“ତତ୍ର ଗତ୍ବl ଜଗନ୍ନାଥଂ ଦେଵଦେବଂ ବୃଷାକପିମ, ପୁରୁଷଂ ପୁରୁଷସୁକ୍ତେନ ଉପତସ୍ଥେ ସମାହିତଃ “(ଭାଗବତ ୧୦ /୨ /୨୦ )।
ବୈଦିକ ମନ୍ତ୍ର ବା ପୁରୁଷସୂକ୍ତ ଛଡା ପ୍ରଭୁଙ୍କର ଆରାଧନା ର ଚାରୋଟି ସରଳ ପନ୍ଥା ବା ପ୍ରକାର ହେଲା ଜପ , ହୁତ, ଧ୍ୟାନ, ଅର୍ଚ୍ଚନା । ପ୍ରତ୍ୟେକ ପ୍ରକାର ଆରାଧନାର ବିଷଦ ବ୍ୟାଖ୍ୟା ରହିଛି। କିନ୍ତୁ ସରଳରେ ଜପ ଅର୍ଥ ପ୍ରଭୁଙ୍କର ଅଷ୍ଟlକ୍ଷର ବା ଦ୍ୱାଦଶlକ୍ଷର ମନ୍ତ୍ର ନିୟମିତ ଜପ କରିବା। ହୁତ ବା ଅଗ୍ନିହୋତ୍ରାଦି ହବନ କରିବା, ଧ୍ୟାନ ଅର୍ଥ ଅଷ୍ଟାଙ୍ଗ ଯୋଗ ମାର୍ଗ ଅନୁସରଣ କରି ସର୍ବଦା ପରଂବ୍ରହ୍ମଙ୍କ ଚିନ୍ତନ କରିବା। ଶେଷରେ ଅର୍ଚ୍ଚନା ଯାହାକୁ ଆମେ ସରଳରେ ପ୍ରତିମା ପୂଜା କହିପାରିବା। ଏହା କିନ୍ତୁ ବିଧି ପୂର୍ବକ ଓ ବିଶୁଦ୍ଧ ହେବା ଆବଶ୍ୟକ । କାରଣ ବର୍ତ୍ତମାନ ଏହା ଆରାଧନାର ମୁଖ୍ୟ ଅଙ୍ଗ ପାଲଟିଛି । ସାଧାରଣ ଭାବରେ ନିଜ ଇଷ୍ଟଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ପୂଜା ବିଧି ପାଳନ କରିବା ସମସ୍ତଙ୍କର ଅଭ୍ୟାସ ପାଲଟିଛି। ତଥାପି ପରଂବ୍ରହ୍ମ ଶ୍ରୀଜଗନ୍ନାଥ ବାସ୍ତବରେ ବିଶ୍ଵାତ୍ମା, ଜ୍ୟୋତି ସ୍ୱରୂପ, ଆସନ୍ତୁ ଆରାଧନା କରିବା ।
“ଭଗବାନପି ବିଶ୍ଵାତ୍ମା ଭକ୍ତlନାମଭୟଙ୍କରଃ, ଅଵିଵେଶାଂଶ ଭାଗେନ ମନ ଆନକଦୁନ୍ଦୁଭେ । “(ଭାଗବତ 10/2/16)
ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )