Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।

BjdElectrycity

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ସେବା ପରମ୍ପରା ଭିତରେ ଅନେକ ସେବକ ଏଭଳି ଭାବରେ ଅଛନ୍ତି ଯେ ଯାହାଙ୍କ ବିଷୟରେ ଆମେ ସାଧାରଣତଃ ଖୁବ କମ ଜାଣିଥାଉ। କିନ୍ତୁ ଏହି ସେବକମାନଙ୍କ ସେଵା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। .ସେଥିମଧ୍ୟରୁ ମଣ୍ଡଣି ସେବା ଅନ୍ୟତମ। ଏମାନେ ବ୍ରାହ୍ମଣ ସେବକ କିନ୍ତୁ ଶାଢ଼ୀବନ୍ଧା ସେବକ ନୁହଁନ୍ତି। ସେଵା ବଂଶାନୁକ୍ରମିକ ଓ ନୂତନ ସେବକ ମଧ୍ଯ ଏଥିରେ କାର୍ଯ୍ୟ କରିପାରିବେ। ଏହାଙ୍କର ମୂଖ୍ୟ କାର୍ଯ୍ୟ ହେଲା ମନ୍ଦିର ଭିତରେ ପର୍ବ ପର୍ବାଣୀ ଯେତେ ପାଳିତ ହୁଏ, ସେଥିରେ ଏହି ସେବକ ଚାନ୍ଦୁଆ ବାନ୍ଧନ୍ତି। ପ୍ରତି ଗୁରୁବାର ଦିନ ମାଜଣା ମଣ୍ଡପରେ, ଜଳକ୍ରୀଡା ମଣ୍ଡପରେ ମଧ୍ଯ ଚାନ୍ଦୁଆ ବାନ୍ଧନ୍ତି।  ସେହିପରି ଅଧିବାସ ବେଳେ ଭୋଗ ମଣ୍ଡପରେ ଚାନ୍ଦୁଆ ବାନ୍ଧନ୍ତି। ଅଶ୍ୱି

ଆଶ୍ୱିନ ଗୁଣ୍ଡିଚା ଓ ଦଶହରାରେ ଦୁର୍ଗାମାଧବଙ୍କ ରଥରେ, ତଥା ରାଜେନ୍ଦ୍ରାଭିଷେକ ଓ ରୁକ୍ମିଣୀ ବିବାହରେ ମଧ୍ଯ ସ୍ୱତନ୍ତ୍ର ରଥର ମଣ୍ଡଣି କରନ୍ତି। ଅଣସର ଘରୁ ଚିତ୍ରପଟି (ପଟି ଠାକୁର )ବାହାରିବା ପରେ ତାହାଙ୍କୁ ଆଣି ମଣ୍ଡଣି ଘରେ ରଖନ୍ତି।

ଚନ୍ଦନ ଯାତ୍ରା ଏକୋଇଶି ଦିନ (ଭିତର ଚନ୍ଦନ )ରେ ଚନ୍ଦନ ଚକଡାରେ ଥିବା ତିନି କୁଣ୍ଡରେ ପାଣି ଭରନ୍ତି। ସେହିପରି ପ୍ରତ୍ୟେକ ରଥଗୁଡିକୁ କୋଠ ସୁଆଁଶିଆଙ୍କ ସହ ମିଶି ସୁନ୍ଦର ଭାବରେ ମଣ୍ଡଣି କରନ୍ତି। ତେଣୁ ଏହାଙ୍କ ଦାୟିତ୍ୱ ରେ ସମ୍ପୁର୍ଣ୍ଣ ମଣ୍ଡଣି ଘର ଓ ତାହାମଧ୍ୟରେ ଥିବା ସମସ୍ତ ପଦାର୍ଥ ଏହି ସେବକଙ୍କ ଜିମାରେ ରହିଥାଏ। ସେଥିପାଈଁ ଏହାଙ୍କୁ ମଣ୍ଡଣି ସେବକ ଭାବରେ ଉପସ୍ଥାପିତ କରାଯାଇଛି। ଆଗାମୀ ଅଧ୍ୟାୟରେ ଜାଣିବା ଆଉ କିଛି ଏଭଳି ସେବା ବିଷୟରେ ଯାହା ବିନା ସେଵା କାର୍ଯ୍ୟ ଅଧୁରା ରହିଯାଏ। କିନ୍ତୁ ବର୍ତ୍ତମାନ କରିବା ଆରାଧାନା ଓ ଭାଗବତ ପଠନ।

ଚଞ୍ଚଳ ମନ ଏଣେ ଧରି
ସାଧିବ ସତ୍ୱ ଗୁଣେ ଭରି ।
ପରମ ଯୋଗ ଏ ସାଧନ
ଅଭ୍ୟାସେ ମନ ନିରୋଧାନ ।
ଚଞ୍ଚଳ ତୁରଙ୍ଗମ ଯେହ୍ନେ
କ୍ରମେ ସୁସାଧ୍ୟ ଦିନେ ଦିନେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ)

Leave A Reply

Your email address will not be published.