Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ପରମ୍ପରା ଆଲୋଚନା ଅବସରରେ ଆଜି ଜାଣିବା ଏମିତି ଜଣେ ସେବକଙ୍କ ବିଷୟରେ। ଯାହାଙ୍କ ପରିଚୟ ଟିକିଏ ଭିନ୍ନ ଧରଣର “ମହାଜନ “। ଆପଣମାନେ ଚିନ୍ତା କରୁଥିବେ ଜଣେ ମହାଜନ କଣ ସତରେ ସେବକ ଅଟନ୍ତି ? ଏହି ପ୍ରଶ୍ନର ଉତ୍ତର ହେଲା ହଁ, ମହାଜନ ସେବକ ହେଲେ ପ୍ରଭୁଙ୍କର ଏକ ନିଆରା ସେବାରେ ନିୟୋଜିତ ସେବକ। ପ୍ରଥମେ ଏମାନେ ପୁଷ୍ପାଳକ ସେବାରେ ନିଜକୁ ନିୟୋଜିତ କରିବା ପରେ ଏହି ମହାଜନ ସେବା କରିବାର ଅଧିକାର ପାଇଥାନ୍ତି. ମହାଜନ ସେବକଙ୍କ
ମୁଖ୍ୟ କାର୍ଯ୍ୟ ହେଲା ଦକ୍ଷିଣ ଘରେ ବିଜେ ସମସ୍ତ ଠାକୁରଙ୍କ ସେବା ଓ ବଲ୍ଳଭ ଭୋଗ କରନ୍ତି। ଆବଶ୍ୟକ ସମୟରେ ଏମାନଙ୍କୁ (ବିଜେ ପ୍ରତିମା )ବିଜେ କରାନ୍ତି। ବିମାନବଡୁ ସେବକମାନେ ଯେତେବେଳେ ବିଜେ ପ୍ରତିମାମାନଙ୍କୁ ଚନ୍ଦନ ଯାତ୍ରା, ବେଣ୍ଟ ନୀତି ଇତ୍ୟାଦି ପାଇଁ ବାହାରକୁ ନିଅନ୍ତି। ସେ ସମୟରେ ମହାଜନ ସେବକ ଉପସ୍ଥିତ ରହି ଠାକୁରମାନଙ୍କ “ପ୍ରଭା ” ଧରିଥାନ୍ତି। ଦମନକ ଚୋରି ଅଧିବାସ ସମୟରେ ଶ୍ରୀଦେବୀ, ଭୁଦେବୀ ଓ ମଦନ ମୋହନଙ୍କୁ ବଲ୍ଳଭ ଭୋଗ କରିଥାନ୍ତି ।

ରାମ ଜନ୍ମ ନୀତିରେ ଦଶରଥ ଓ କୌଶଲ୍ୟା, କୃଷ୍ଣ ଜନ୍ମ ନୀତିରେ ଦେବକୀ ଓ ବସୁଦେବ ତଥା ନନ୍ଦ ଓ ଯଶୋଦା, ବାମନ ଜନ୍ମ ନୀତିରେ ଅଦିତି ଓ କଶ୍ୟପ ରୂପେ ନିଜ ସେବା ଦେଇଥାନ୍ତି। ଶ୍ରୀଗୁଣ୍ଡିଚା ସମୟରେ ଶ୍ରୀଦେବୀ ଓ ଭୁଦେବୀଙ୍କୁ ଖଟ ଶେଜ ଘରେ ବଲ୍ଳଭ ଭୋଗ କରନ୍ତି। ପ୍ରତ୍ୟେକ ଗୁରୁବାର ମlଜଣା ନୀତି ଓ ବାହାର ଚନ୍ଦନ ଏକୋଇଶି ଦିନ ମଦନମୋହନଙ୍କୁ ବେଶ କରନ୍ତି। ଏହା ବଂଶାନୁକ୍ରମିକ ସେବା ନୁହେଁ।
ଆଗାମୀ ଅଧ୍ୟାୟରେ ଜାଣିବା ଆହୁରି ଏମିତି କିଛି ବିଶେଷ ସେବକଙ୍କ ବିଷୟରେ ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପାଠ କରିବା ପାଇଁ ଉଦ୍ଦିଷ୍ଟ ।

“ଭକ୍ତି ରେ ପ୍ରୀତି ନାହିଁ ଯାର
ସେ କାହିଁ ଜାଣେ ତୋ ପୟର ।
ବେଦ ଭକତେ କର୍ମ କରେ
ଇନ୍ଦ୍ରlଦି ଦେବ ରୂପେ ତୋରେ ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.