Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

BjdElectrycity

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଏକ ଶହରୁ ଉର୍ଦ୍ଧ୍ୱ ସକ୍ରିୟ ସେବକ ଥିବାର ଆମେ ଜାଣିଛେ। କିନ୍ତୁ ଆଉ କୋଡିଏ ସେବକ ବା ସେବା ଯାହା ରେକର୍ଡଭୁକ୍ତ ହୋଇଛି ସେ ସେବା କିଛି ଚାଲିଛି ଓ କିଛି ବନ୍ଦ ହେଲାଣି। ଆଜି ସେହିପରି ଦୁଇଟି ସେବା ବା ସେବକଙ୍କ ବିଷୟରେ ଆଲୋଚନା କରିବା। ପ୍ରଥମେ ବୀଣାକାର ସେବା ଓ ଦ୍ଵିତୀୟରେ ଚକା ଅପସର ସେବକ। ବୀଣାକାର ସେବା ନାମଟି ସେବାର ସମ୍ପୂର୍ଣ୍ଣ ରୂପ ରେଖ ଜଣାଇ ଦେଉଛି ।

ଏହା ମଧ୍ଯ ଏକ ସମୟରେ ଏକ ପ୍ରମୁଖ ସେବା ଥିଲା ଓ ଶାଢ଼ୀ ବନ୍ଧା ବ୍ରlହ୍ମଣ ସେବକ ଏହି ସେବା କରୁଥିଲେ । ଏହି ସେବା ମଧ୍ଯ ବଂଶାନୁକ୍ରମିକ ସେବା ଥିଲା। ବାପାଠାରୁ ପୁଅ ଏହି ସେବା ଶିଖି ନିଜକୁ ସେବକ ହିସାବରେ ନିୟୋଜିତ କରିବା କଥା। କିନ୍ତୁ ବୀଣା ବାଦନ କଳା ହାସଲ କରି ନପରିବାରୁ ବର୍ତ୍ତମାନ ଏହି ସେବା ବନ୍ଦ ହୋଇଛି। କିନ୍ତୁ ଦିନ ଥିଲା ଏହି ସେବକମାନଙ୍କ ମୂଖ୍ୟ କାମ ଥିଲା ପ୍ରତିଦିନ ଚନ୍ଦନ ଲାଗି ସମୟରେ କଳାହାଟ ଦ୍ୱାର ଲଣ୍ଡlବର୍ତ୍ତ ତଳେ ଓ ମହାପ୍ରଭୁଙ୍କ ପହୁଡ଼ ସମୟରେ ପୁଷ୍ପାଞ୍ଜଳୀ ଠାକୁରଙ୍କ ସହ ଜୟ ବିଜୟ ଦ୍ୱାରଠାରୁ ଭିତର ପଲଙ୍କ ଯାଏଁ ବୀଣା ବାଦନ କରୁଥିଲେ। ଏଥିରୁ ମହାପ୍ରଭୁଙ୍କର ରାଜକୀୟ ଶୈଳୀର ଦିନଚର୍ଯ୍ୟl ଅନୁମାନ କରିହୁଏ। ଆଉ ଏକ ସେବା ହେଲା ମହାପ୍ରଭୁଙ୍କ ଚକା ଅପସର ଆଦି ମାଣ୍ଡି ମୁଚୁଲା ନିଆ ଅଣା କରୁଥିବା ସେବକ; ଯିଏ କି ପ୍ରଭୁଙ୍କର ଚକା ଅପସର ସେବକ ଭାବେ ପରିଚିତ। ଏମାନେ ମଧ୍ଯ ଶାଢ଼ୀ ବନ୍ଧା ବ୍ରlହ୍ମଣ ସେବକ ଓ ଏହି ସେବା ବଂଶାନୁକ୍ରମିକ ସେବା। ଚକା ଅପସର ହେଉଛି ଏକ ଗୋଲାକାର ମୁଚୁଲା ଯାହା ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗ ତଳେ ଦିଆଯାଏ। ତାହାକୁ ସ୍ନାନମଣ୍ଡପରେ, ଅଣସର ପିଣ୍ଡିରେ, ଗୁଣ୍ଡିଚା ଘରେ ନେଇ ପହଞ୍ଚାଇବା ଏହି ସେବକମାନଙ୍କ ମୂଖ୍ୟ କାର୍ଯ୍ୟ। ଏମାନେ ମଧ୍ଯ ଚାଙ୍ଗଡ଼ା ମେକାପ ସେବା କରିଥାନ୍ତି ।

ଆଗାମୀ ଅଧ୍ୟାୟରେ ଏମିତି ଆଉ କିଛି ନୂଆ ସେବକ ଓ ସେବା ବିଷୟରେ ଆଲୋଚନା କରିବା। ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନର କାର୍ଯ୍ୟକ୍ରମ ।

ପୀରତି କରି ମୋ ଚରଣେ
ଭାବେ ଭଜିବ ଅନୁକ୍ଷଣେ।
ସୁଦୃଢ଼େ ଭକତ ସମାଜେ
ମୁଁ ତାର ହୃଦୟ ପଙ୍କଜେ ।
ବସଇ କାମ ଦୂର କରି
ନିର୍ମଳ ଜ୍ୟୋତି ରୂପ ଧରି ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.