Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଅଧର ପଣା ସାମଗ୍ରୀ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ “ଅଧର ପଣା “ଭୋଗ ବିଷୟରେ ଆଲୋଚନା କରି ଜାଣିଲେ ଆଗରୁ ତିନିଦିନ, ତାପରେ ଦୁଇଦିନ ଓ ଶେଷରେ ଗୋଟିଏ ଦିନ ଏହି ଅଧର ପଣା ଶ୍ରୀଜୀଉମାନଙ୍କୁ ରଥ ଉପରେ ସମର୍ପିତ ହୋଇଥାଏ। ଏହି ପଣା ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ହୋଇ ଥାଏ। ଏଥିପାଇଁ ଦୁଇଟି ମଠ ଓ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସାମଗ୍ରୀ ଯୋଗାଇ ଥାନ୍ତି। ବଡ଼ ଓଡ଼ିଆ ମଠ ପକ୍ଷରୁ ଯୋଗାଇ ଦିଆଯାଉଛି । ସର ୩ କିଗ୍ରା, ଛେନା ୩ କିଗ୍ରା. ଗୋଲମରିଚ ୩୦୦ ଗ୍ରାମ, କର୍ପୁର ୧୮୦ ଗ୍ରାମ (୧୫ଭରି ), ପାଚିଲା କଦଳୀ ୪୨ ଗୋଟି, ନବାତ/ଚିନି ପ୍ରାୟ୫୦ କିଗ୍ରା, ଅଧର ହାଣ୍ଡି ବା ତୁମ୍ବ ୩ ଟି, ପାଞ୍ଚ ହାତି ଗାମୁଛା ୯ଟି।

ରାଘବ ଦାସ ମଠ ପକ୍ଷରୁ ଆସେବାତ /ଚିନି ୪୨ କିଗ୍ରା, ପାଟକପୁରା କଦଳୀ ୧ କାନ୍ଦି,ଛେନା ୩ କିଗ୍ରା, ସର ୩ କିଗ୍ରା, ଗୋଲମରିଚ ୨୫୦ ଗ୍ରାମ, କର୍ପୁର :-୧୦ ଭରି, କ୍ଷୀର ୩ ସେର,
ଜାଲି ଧଳା ଗାମୁଛା ୩ ଗୋଟି ଅଧର ହାଣ୍ଡି /ତୁମ୍ବ :-୩ ଟି କୂପରୁ ଜଳ ସଂଗ୍ରହ ପାଇଁ ବାଇ ହାଣ୍ଡି ୨୦ ଟି ଓ ୪୦/୫୦ ଢଳା କୁଡୁଆ ।

ଶ୍ରୀମନ୍ଦିର ପ୍ରଶାସନ ଯୋଗାଇଥାଏ। ନବାତ ୨୪ କିଗ୍ରା ୭୫୦ ଗ୍ରାମ, ଛେନା ୬ କିଗ୍ରା ୧୨୫ ଗ୍ରାମ, କ୍ଷୀର ପ୍ରାୟ ୪ ସେର, ଦେଶୀ କଦଳୀ ୮୦ ଗୋଟି, ଅଳେଇଚ ୬୧୨ଗ୍ରାମ, ଗୋଲମରିଚ :୨୩୦ ଗ୍ରାମ, କର୍ପୁର ୫୦ ଗ୍ରାମ, ଅଧର ହାଣ୍ଡି ୩ ଗୋଟି, ସାନ ମଠ କୁଡୁଆ ୩୦ ଟି, ବଡ଼ ମଠ କୁଡୁଆ ୩ ଗୋଟି, ପାଞ୍ଚ ହାତି ଧଳା ଗାମୁଛା ୩ ଟି।

ଆଜି କାଲି ଉପରୋକ୍ତ ସାମଗ୍ରୀ ବ୍ୟତୀତ କିଛି ବଦାନ୍ୟ ଭକ୍ତ, ଅଧିକ କ୍ଷୀର, ଛେନା, ସର, ରାବିଡି ଇତ୍ୟାଦି ଦାନ କରୁଛନ୍ତି। ମହାସୁଆରମାନେ ବଡ଼ ବଡ଼ ହଣ୍ଡlରେ ଏହି ଅଧର ପଣା ପ୍ରସ୍ତୁତ କରିଥାନ୍ତି। ଶ୍ରୀବିଗ୍ରହମାନଙ୍କ ଆଗରେ ମଳା ଓ କଞ୍ଚା ମାଟି ଦିଆ ଯାଇ ଅଧର ହାଣ୍ଡିଗୁଡ଼ିକ ରଖାଯାଏ। ଏହି ପଣା ଭୋଗର ଶୁଦ୍ଧତା ପାଇଁ ଉଭୟ ଭିତରଛ, ତଳୁଛ ଓ ପାଳିଆ ପୁଷ୍ପାଳକ ଏକ ବସ୍ତ୍ର ଧରି ଠାକୁରମାନଙ୍କ ଶ୍ରୀମୁଖ ସମ୍ମୁଖରେ ଆଢୁଆଳ କରିଥାନ୍ତି।ଏପରି କରିବା ଦ୍ୱାରା ପ୍ରସ୍ତୁତ ପଣା ଅଧର ହାଣ୍ଡିରେ ଢ଼ାଳିବା ସମୟରେ ଶ୍ରୀବିଗ୍ରହ ମାନଙ୍କ ମୁଖରେ ପଡେ ନାହିଁ। ଅଧର ହାଣ୍ଡି ଗୁଡିକ ପଣାରେ ଭର୍ତି ହୋଇ ଯିବା ପରେ ପୂଜାପଣ୍ଡା ସେବକମାନେ ତିନି ରଥ ଉପରେ ପଞ୍ଚ ଉପଚାରରେ ଭୋଗ ଲଗାନ୍ତି। ଭୋଗ ହୋଇ ସରିବା ପରେ ପ୍ରତ୍ୟେକ ଅଧର ହାଣ୍ଡିକୁ ଭାଙ୍ଗି ଦିଆଯାଏ। ଆଜିକାଲି ଏହି ଅଧର ପଣାର ସମସ୍ତ ବିବରଣୀ ଦୂରଦର୍ଶନରେ ପ୍ରଚାରିତ ଓ ପ୍ରସାରିତ ହେଉଛି। ଆଗାମୀ ଅଧ୍ୟାୟରେ ଜାଣିବା ଶ୍ରୀମନ୍ଦିର ବାହାର ଦେଉଳି ଭୋଗ ବିଷୟରେ। ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ।

ମରଣ ନିତ୍ୟେ ସନ୍ନିହିତ
ତା ମୁଖେ ନ ପଡ଼ ଯନ୍ତ୍ରିତ ।
ଗୃହେ ଲାଗିଲେ ଅଗ୍ନି ଯେହ୍ନେ
ଉଦ୍ୟମ କୂପର ଖନନେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.