Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନିଦ୍ରା ଭଙ୍ଗ ବିଧି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସର୍ବ ପ୍ରଥମ ନୀତି ଦ୍ୱାରଫିଟା କାର୍ଯ୍ୟକ୍ରମ ଭିତରେ ଶ୍ରୀ ସୁଦର୍ଶନଙ୍କୁ ପାର୍ଥନା ପୂର୍ବକ ସମସ୍ତ ଦ୍ୱାର ଫିଟା ହେବା ପରେ ସେବକ, ପୂଜକମାନେ ମହା ପ୍ରଭୁଙ୍କର ଶୟନ ଶେଜ ନିକଟରେ ଉପସ୍ଥିତ ହୋଇ ଅତ୍ୟନ୍ତ ବିନୟ ସହକାରେ ପାର୍ଥନା କରିବେ ।

“ଉତିଷ୍ଟୋତିଷ୍ଠ ଗୋବିନ୍ଦ!ଉତିଷ୍ଠ ମଧୁସୂଦନ, ଉତିଷ୍ଠ କମଳାକାନ୍ତ!
ତ୍ରୟୀଲୋକ୍ୟ ମଙ୍ଗଳଂ କୁରୁ ।।

ଉତିଷ୍ଠତ୍ତିଷ୍ଠ ଗୋବିନ୍ଦ!ତ୍ୟଜ ନିଦ୍ରା
ଜଗତପତେ! ତ୍ବୟା ଚୋତଥାୟମନେନ ଉତଥିତଂ
ଭୁବନତ୍ରୟମ୍ ।।

ଈଶ୍ୱର ଶ୍ରୀ ହରେ କୃଷ୍ଣ ଦେବକୀ ନନ୍ଦନନ୍ଦନ! ତ୍ୟଜ ନିଦ୍ରାଂ ଜଗନ୍ନାଥ
ପ୍ରଭାତେ ଉଦିତୋ ରବି ।।

ବଳଦେବ ଜଗନ୍ନାଥ ସୁଭଦ୍ରା ଚକ୍ରେଣ
ସହ କୃପାଦୃଷ୍ଟ୍ୟା ଅବଲୋକୟ ଦ୍ୱାରସ୍ଥାନ ତଵ ସେବକାନ ।।

ଏହାପରେ ଶେଷ ଦ୍ୱାରଟି ଧିରେ ଧିରେ ଖୋଲି ପୁଣି ଅତି ନମ୍ର ଭାବରେ କହିବେ “ହେ ଦେବ ଅଖିଳ ବ୍ରହ୍ମlଣ୍ଡର ନାଥ ଜଗଦୀଶ୍ଵର, ସମସ୍ତ ଜଗତର କଲ୍ୟାଣ ଓ ଭକ୍ତଙ୍କ ମୋକ୍ଷ ପାଇଁ ଆପଣ ନିଦ୍ରା ପରିତ୍ୟାଗ କରନ୍ତୁ ।”

ଆଗାମୀ ଅଧ୍ୟାୟରେ ଜାଣିବା ସମ୍ପୂର୍ଣ୍ଣ ବିଧି ଅର୍ଥାତ ଶୟନ ଠାକୁରଙ୍କ ନିଦ୍ରା ଭଙ୍ଗ ଓ ଖଟ ଶେଜ ଅପସାରଣ ଇତ୍ୟାଦି। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର।

ଯେ ଗୁରୁ ଜ୍ଞାନ ଦାନ ଦେଇ
ତାଙ୍କୁ ଯେ ମନ୍ୟୁଷ ମଣଇ।
ସେ ଯେତେ ଧର୍ମ କରେ ଦେହେ
ନିଷ୍ଫଳ ହସ୍ତୀ ସ୍ନାନ ପ୍ରାୟେ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.