Latest Odisha News

BREAKING NEWS

ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଫଟୋଚିତ୍ର ପ୍ରଦର୍ଶନୀ

ଶ୍ରୀଜଗନ୍ନାଥ ସଂସ୍କୃତି ମାଧ୍ୟମରେ ଓଡିଆ ଅସ୍ମିତାକୁ ଉତ୍ତରପିଢି ନିକଟରେ ପହଞ୍ଚାଇବାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଉଦ୍ୟମ ଉଚ୍ଚ ପ୍ରଶଂସନୀୟ : ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ପୁରୀ : ରଥଯାତ୍ରା ଉପଲକ୍ଷେ ସ୍ଥାନୀୟ ସ୍ଥାନୀୟ ଭୋଳାନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଏକ ଫୋଟୋ ଚିତ୍ର ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପଲ୍ଲୀଶ୍ରୀ ମେଳା ସହିତ ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରି ଶ୍ରୀଜଗନ୍ନାଥ ସଂସ୍କୃତି ମାଧ୍ୟମରେ ଓଡ଼ିଆ ଅସ୍ମିତାକୁ ଉତ୍ତରପିଢି ନିକଟରେ ପହଞ୍ଚାଇବାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଉଦ୍ୟମ ବାସ୍ତବରେ ଉଚ୍ଚ ପ୍ରଶଂସନୀୟ ବୋଲି କହିଥିଲେ ।

ଏଥିରେ ସ୍ଥାନିତ ଶ୍ରୀମନ୍ଦିର ଓ ରଥଯାତ୍ରାର ବହୁ ବିରଳ ଓ ଦୁର୍ଲ୍ଲଭ ଫଟୋଚିତ୍ର ଓ ପେଣ୍ଟିଂ ଏବଂ ଚନ୍ଦନ ଯାତ୍ରା ଠାରୁ ଆରମ୍ଭ କରି ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସମସ୍ତ ପ୍ରମୁଖ ରୀତିନୀତି, ପୁରୀର ବିଭିନ୍ନ ମଠ, ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ପର୍ବପର୍ବାଣି, ଚଳିତବର୍ଷର ରଥକାଠ ଅନୁକୂଳଠାରୁ ଆରମ୍ଭ କରି ରଥ ନିର୍ମାଣର ସମସ୍ତ ପ୍ରକ୍ରିୟାର ସ୍ଥାନିତ ଫଟୋ ଏବଂ ସେଗୁଡିକ ସହିତ ଖାପଖାଉଥିବା ପୁରାତନ ରଚନାରୁ ଉର୍ଦ୍ଧୃତ କବିତା ପଂକ୍ତିଗୁଡିକ ବିଷୟରେ ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଶ୍ରୀକୁମତୀ ପରିଡାଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।

ଉଦ୍‌ଘାଟନୀ ଉତ୍ସବରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ ସହିତ ମାନ୍ୟବର ମନ୍ତ୍ରୀ ରବି ନାରାୟଣ ନାଏକ, ପୁରୀ ଜିଲ୍ଲାର ସାଂସଦ ଓ ବିଧାୟକ, ଜିଲ୍ଲା ପରିଷଦର ଅଧ୍ୟକ୍ଷା, ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୂନମ ତାପସ କୁମାର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀପ୍ରିୟ ରଞ୍ଜନ ପୃଷ୍ଟି, ସୂଚନା ଓ ଲୋକସମ୍ପର୍କ ବିଭାଗର ପଦଧିକାରୀମାନେ ଏବଂ ଅନ୍ୟାନ୍ୟ ଲୋକପ୍ରତିନିଧିଗଣ ଉପସ୍ଥିତ ଥିଲେ । ଏହି ପ୍ରଦର୍ଶନୀ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ ୧୦ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଖୋଲା ରହିବ ।

Comments are closed.