ପ୍ରୟାଗରାଜ: ୧୪୪ ବର୍ଷ ବ୍ୟବଧାନରେ ପଡିଛି ମହାକୁମ୍ଭ । ଉତ୍ତରପ୍ରଦେଶ ତ୍ରିବେଣୀ ସଙ୍ଗରେ ଏଥିପାଇଁ ଲାଗିଛି ଭକ୍ତଙ୍କ ଭିଡ । ଦେଶ ବିଦେଶରୁ ଭକ୍ତ ମାନେ ଆସି ତ୍ରିବେଣୀରେ ନିଜର ବୁଡ ପକାଉଛନ୍ତି । ହେଲେ ଏହାର ଏକ ନକରାତ୍ମକ ଦିଗ ଏବେ ସମସ୍ତଙ୍କୁ ଚମକାଇ ଦେଇଛି । ପବିତ୍ର ବୁଡର କିଛି ଫଟୋ ଏବେ ଚିନ୍ତାର କାରଣ ପାଲଟିଛି ।
ସଙ୍ଗମରେ ବୁଡ ପକାଉଥିବା ବେଳେ ମହିଳାମାନଙ୍କ ଭିଡିଓ ଏବେ କାଳେ ଟେଲିଗ୍ରାମରେ ବିକ୍ରି ହେଉଛି । ବୁଡ ପକାଇବା ସମୟର ମୁହୂର୍ତ୍ତକୁ କିଛି ଖଳ ବ୍ୟକ୍ତି ଗୁପ୍ତ ଭାବରେ ଅନେକ ଦୃଷ୍ଟିକୋଣରୁ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ଏଭଳି ଆଧ୍ୟାତ୍ମିକ ଚେତନା ଭାବ ସମୟରେ କିଛି କୁପ୍ରକୃତିର ଲୋକ ତାଙ୍କର ସ୍ବାର୍ଥ ହାସଲ କରିବାରେ ଲାଗିଛନ୍ତି ।
ମହାକୁମ୍ଭରେ ମହିଳାମାନେ ସ୍ନାନ କରୁଥିବା ଏବଂ ପୋଷାକ ପରିବର୍ତ୍ତନ କରୁଥିବାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆ ଏବଂ ଟେଲିଗ୍ରାମରେ ସେୟାର କରାଯାଉଥିବାର କିଛି ଭୟଙ୍କର କାହାଣୀ ଏବେ ସାମ୍ନାକୁ ଆସିଛି । ଏଥିମଧ୍ୟରୁ କିଛି ଏପରି ଅଧିକ ଫଟୋ ଏବଂ ଭିଡିଓ ବିକ୍ରୟ କରିବା ପାଇଁ ଟିଜର ଭାବରେ ସେୟାର କରାଯାଉଛି ବୋଲି ମଦ୍ୟ ଚର୍ଚ୍ଚା । ଫେସବୁକ୍, ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ନଦୀ କୂଳରେ ମହିଳାମାନେ ସ୍ନାନ କରୁଥିବା ଏବଂ ପୋଷାକ ପରିବର୍ତ୍ତନ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ସମ୍ପୂର୍ଣ୍ଣ ରୂପେ କୁମ୍ଭର ବୋଲି ସ୍ପଷ୍ଟ ବାରି ହେଉଛି ।
ଏମିତିକି ଅଶ୍ଳୀଳ ବିଷୟବସ୍ତୁକୁ ପ୍ରୋତ୍ସାହିତ କରୁଥିବା କିଛି ଫେସବୁକ୍ ପେଜ୍ ବି ଲଗାତାର ଏହି ସବୁ ଭିଡିଓକୁ, “ମହା କୁମ୍ଭ ଗଙ୍ଗା ସ୍ନାନ ପ୍ରୟାଗରାଜ” ଭଳି କ୍ୟାପସନ ସହିତ ସେୟାର କରୁଛନ୍ତି । ଯେଉଁଥିରେ #mahakumbh2025, #gangasnan, ଏବଂ #prayagrajkumbh ଭଳି ହ୍ୟାସଟ୍ୟାଗ୍ ମଧ୍ୟ ବ୍ୟବହାର କରାଯାଉଛି ।
ତେବେ କହିରଖୁଛୁ, ଯାଞ୍ଚ ପରେ ଜଣାପଡିଛି ଯେ, ଏହି ସବୁ ଭିଡିଓ ଏବଂ ଫଟୋ, ଯାହା ମହାକୁମ୍ଭ ସହ ଜଡିତ କରି ଛଡାଯାଉଛି, ତାହା ପ୍ରକୃତରେ ପୁରୁଣା ଭିଡିଓ । ଏବଂ ଏହା ପ୍ରୟାଗରାଜର ନୁହେଁ । କିନ୍ତୁ ସେଗୁଡିକୁ ମହାସ୍ନାନ ଭଳି ପବିତ୍ର ସମୟର ଭିଡିଓ ବୋଲି କହି ସେୟାର କରାଯାଉଛି ।
Comments are closed.