Latest Odisha News

BREAKING NEWS

ହାତରେ ପିସ୍ତଲ ଧରି ଫଟୋ ଉଠାଇଲେ ଟିଏମସି ନେତ୍ରୀ, ଉପୁଜିଲା ରାଜନୈତିକ ବିବାଦ

କୋଲକାତା:ଟିଏମସିର ନେତ୍ରୀ ମୃଣାଳିନୀ ମୌତି ଏବେ ଚର୍ଚ୍ଚାରେ । ସେ ଏକ ସରକାରୀ କାର୍ଯ୍ୟାଳୟରେ ହାତରେ ପିସ୍ତଲ ଧରି ଫଟୋ ଉଠାଇଥିଲେ । ସୋସିଆଲ ସାଇଟରେ ଏହି ଫଟୋ ଭାଇରାଲ ହେବା ପରେ ଏବେ ଏ ନେଇ ବିବାଦ ଉପୁଜିଛି । ମାଲଦା ପଂଚାୟତର ଏବଂ ଜିଲ୍ଲା ମହିଳା ୱିଙ୍ଗର ସଭାପତି ମୃଣାଳିନୀଙ୍କ ଫଟୋକୁ ଶେୟାର କରି ବିଜେପି କହିଛି ଟିଏମସି ରାଜ୍ୟକୁ ବିସ୍ଫୋରକ ସାମଗ୍ରୀର ଗୋଦାମରେ ପରିଣତ କରିଛି ।

ପୋଲିସ, ସାଧାରଣ ଜନତା ଏବଂ ବିପକ୍ଷ ସମସ୍ତେ ଏହାକୁ ଭୟ କରୁଛନ୍ତି । ତେବେ ପୋଲିସ ଘଟଣାର ତଦନ୍ତ କରିବା ପରେ ପଦକ୍ଷେପ ନେବ ବୋଲି ଟିଏମସି ପକ୍ଷରୁ କୁହାଯାଇଛି ।

Comments are closed.