ମୁମ୍ବାଇ: ଦୀର୍ଘ ୮ମାସ ପରେ ମୁକୁଳିଲା ବନ୍ଦୀ ଥିବା କଳାପାରା। ଚୀନରେ ଗୁପ୍ତଚର ସନ୍ଦେହରେ ବନ୍ଦୀ ଥିବା ପାରା ଶେଷରେ ମୁକ୍ତ ହୋଇଛି। ମୁମ୍ବାଇର ଏକ ପ୍ରାଣୀ ଚିକିତ୍ସାଳୟରେ ୮ ମାସ ଧରି ପୋରାଟିକୁ କଏଦ କରି ରଖାଯାଇଥିଲା। ପ୍ରାଣୀ ଅଧିକାର ସଙ୍ଗଠନ ‘ପେଟା’ ଓ ପ୍ରାଣୀ ଚିକିତ୍ସାଳୟ ଉଦ୍ୟମରେ ଚଳିତ ସପ୍ତାହରେ ତାକୁ ମୁକ୍ତ କରାଯାଇଛି।
‘ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ’ର ଗାର୍ଡମାନେ ଆନ୍ତର୍ଜାତିକ ଜାହାଜ ଲଙ୍ଗର ପକାଉଥିବା ଗୋଟାଏ ବନ୍ଦରରେ ସେ ପାରାଟିକୁ ଦେଖି ଗୁପ୍ତଚର ପାରା ବୋଲି ସନ୍ଦେହ କରିଥିଲେ। ପାରାଟିର ଗୋଡ଼ରେ ରିଙ୍ଗ୍ରେ ପ୍ରାଚୀନ ମାଣ୍ଡାରିନ୍ ଭାଷାରେ କିଛି ରହସ୍ୟଜନକ ବାର୍ତ୍ତା ଓ ମାଇକ୍ରୋଚିପ୍ ଥିବା କଥା ଜଣାପଡ଼ିବା ପରେ ତାକୁ ଧରି ବନ୍ଦୀ କରାଯାଇଥିଲା । ପରେ ଜଣାପଡ଼ିଲା, ନିରୀହ ପରାଟି ଗୁପ୍ତଚର ନୁହେଁ ସାଧାରଣ ପାରା।
ମୁମ୍ବାଇ ପୋଲିସ ସହକାରୀ ସବ୍-ଇନ୍ସ୍ପେକ୍ଟର୍ ରବୀନ୍ଦ୍ର ପାଟିଲ୍ ଏ ପାରାଟିକୁ ରଖବା ଲାଗି ପ୍ରାଣୀ ଚିକିତ୍ସାଳୟର ସହାୟତା ଲୋଡ଼ିଥିଲେ। ପାରା ଗୋଡ଼ରେ ଲାଗିଥିବା ଚିପ୍କୁ ଫୋରେନ୍ସିକ୍ ପରୀକ୍ଷା କରାଯିବାରୁ ଜଣାପଡ଼ିଲା ଯେ, ତାହା ତାଇୱାନରୁ ଉଡି ଆସିଥିବା ଏକ ପ୍ରତିଯୋଗୀ ପାରା। ଗୁପ୍ତଚର ପାରା ନୁହେଁ ବୋଲି ଜଣାପଡ଼ିବା ପରେ ମଧ୍ୟ ତାକୁ ୮ ମାସ ଧରି ବନ୍ଦୀ କରି ରଖାଯାଇଥିଲା ବୋଲି ଡାକ୍ତର ପାଟିଲ କହିଛନ୍ତି।
BREAKING NEWS
- CCS meeting: ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଡାକିଲେ CCS ବୈଠକ; ଆଜି ସନ୍ଧ୍ୟା…
- ଫିଫା ବିଶ୍ୱକପ: କ୍ରମାଗତ ତୃତୀୟ ଥର ପାଇଁ ଯୋଗ୍ୟତା ହାସଲ କରିପାରିଲା ନାହିଁ ଇଟାଲୀ, ଚୂଡାନ୍ତ ହେଲା ୪୮ ଟିମ
- Paddy Procurement: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର
- ସାମ୍ଭାଜୀ ମହାରାଜାଙ୍କ ପୁଅ ଭୂମିକା କରିବେ ଭିକ୍କି କୌଶଲ
- Main Actor Nahi Hoon Release: ଚାରୋଟି ଫିଲ୍ମ ଫେଷ୍ଟିଭାଲରେ ଛାଇଲା ନୱାଜୁଦ୍ଦିନ ସିଦ୍ଦିକୀଙ୍କ ଏହି ଫିଲ୍ମ…ଏବେ ଭାରତରେ ହେବ ରିଲିଜ୍…
- District Planning Committees: ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ;୪ ମନ୍ତ୍ରୀ ଓ ୨୬ ବିଧାୟକଙ୍କୁ ଦାୟିତ୍ବ
- କାହିଁକି ବୃଦ୍ଧି ପାଉଛି ରାଣୀ ମହୁମାଛି ଚୋରା ଚାଲାଣ? ଜାଣନ୍ତୁ କେତେ ରହିଛି ଏହାର ବଜାର ମୂଲ୍ୟ
- Isreal After Trump says leave War: ଯୁଦ୍ଧରେ ଆମେରିକାଠୁ ଅଲଗା ହେଲା କି ଇସ୍ରାଏଲ? ଟ୍ରମ୍ପଙ୍କ ବୟାନ ପରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା…
- PM Modi Assam Visits: ଚା ବଗିଚାରେ ହଠାତ୍ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ମହିଳାଙ୍କ ସହ ଛିଣ୍ଡାଇଲେ ଚା ପତ୍ର…
- ଭାରତରେ ପ୍ରଥମ ଥର ପାଇଁ କେବେ ଆସିଥିଲା ପେଟ୍ରୋଲ? ଜାଣନ୍ତୁ କେଉଁ ଦେଶରୁ ଆମଦାନି ହୋଇଥିଲା..
Comments are closed.