Latest Odisha News

BREAKING NEWS

ପିହୁ ଅଗ୍ରଓ୍ବାଲ ଅପହରଣ ମାମଲା: ୪ ଅଭିଯୁକ୍ତ ଗିରଫ

ଦେବଗଡ : ପିହୁ ଅପହରଣ ମାମଲାରେ ୪ ଗିରଫ । ସମସ୍ତ ଗିରଫ ଅଭିଯୁକ୍ତ ଦେବଗଡ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ୧୮ ତାରିଖରେ ଟ୍ୟୁସରୁ ଫେରୁଥିବାବେଳେ ଅପହରଣ ହୋଇଥିଲା । ୧୯ ତାରିଖରେ ସୁନ୍ଦରଗଡ ବଡଗାଁରୁ ଉଦ୍ଧାର ହୋଇଥିଲା । ଏହାପରେ ପୋଲିସ ତଦନ୍ତକୁ ଜୋରଦାର କରିଥିଲା । ଅଭିଯୁକ୍ତଙ୍କୁ ଖୋଜିବାକୁ ରାତିତମାମ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା ।

ଶେଷରେ ପୋଲିସକୁ ସଫଳତା ମିଳିଛି  । ପୁଂଙ୍ଖାନୁପୁଂଙ୍ଖ ତଦନ୍ତ ପରେ ସାମ୍ନାକୁ ଆସିଛି ଅପହରଣ ପଛର କାରଣ  । ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି  । ଅଭିଯୁକ୍ତ ମାନେ ଦେବଗଡ ତିଳେଇବଣି ବ୍ଲକ ଜରେଇକେଲା ଗାଁ ,କଲଣ୍ଡା ଗାଁ , ନୂଆଗାଁ ଗ୍ରାମ ଓ ମେଣ୍ଢିପାଲି ଗାଁର ବାସୀନ୍ଦା ହୋଇଥିବା ଯାହା ସୂଚନା ମିଳିଛି  । ଘଟଣାସ୍ଥଳରୁ ପୋଲିସ ଏକ ବାଇକ୍ ମଧ୍ୟ ଜବତ କରିଛି ।

Leave A Reply

Your email address will not be published.