ଉତ୍ତରପ୍ରଦେଶ : ମହିଳା ମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରାଇଥାଏ କେଶ । କେଶ କିଛି ଲୋକ ପସନ୍ଦ କରୁଥିବା ବେଳେ କିଛି ଲୋକ ଘୃଣା କରିଥାଆନ୍ତି । ବିଶେଷ କରି କୌଣସି ଖାଦ୍ୟରୁ ଚୁଟି ବାହାରିଲେ ଲୋକମାନେ ବିରକ୍ତ ହୋଇଥାଆନ୍ତି । ତେବେ ଚୁଟିକୁ ନେଇ ଏଭଳି ଏକ ଘଟଣା ଘଟିଛି ଯାହା ଆପଣମାନେ ଜାଣିଲେ ତାଜୁବ ହୋଇଯିବେ । ଖାଦ୍ୟରୁ ଚୁଟି ବାହାରିବା ଏକ ସାଧାରଣ କଥା କିନ୍ତୁ ଏହି ସାମାନ୍ୟ କଥାରୁ ବିରଳ ଘଟଣା ଘଟିଯାଇଛି । ଜଣେ ବ୍ୟକ୍ତିଙ୍କ ଖାଦ୍ୟରୁ ଚୁଟି ବାହାରିବାରୁ ନିଜ ସ୍ତ୍ରୀକୁ ଲଣ୍ଡା କରି ଦେଇଛନ୍ତି ।ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ପିଲିଭିତ ଜିଲ୍ଲାରେ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ପିଲିଭିତ ଗଜରୌଲା ଥାନା ଅଧିନସ୍ଥ ମିଲକ ଗାଁର ବାସିନ୍ଦା ସୀମା ଦେବୀ । ତେବେ ସୀମା ଦେବୀ ରାତିରେ ରୋଷେଇ କରିଥିଲେ । ତାଙ୍କ ସ୍ୱାମୀ ଖାଇବାକୁ ମାଗିଥିଲେ ସେ ମଧ୍ୟ ଏକ ଥାଳିରେ ଖାଇବା ବାଢ଼ିକି ଦେଇଥିଲେ । କିନ୍ତୁ ସେହି ଖାଦ୍ୟରୁ ଚୁଟି ବାହାରିଥିଲା । ଏହି ସାମାନ୍ୟ ଘଟଣାକୁ ନେଇ ସ୍ୱାମୀ ଜହିରରୁଦ୍ଦିନ, ଦିଅର ଜମିରଉଦ୍ଦିନ ଓ ଶାଶୂ ଜୁଲେଖା ଖାତୁନ୍ ସୀମାଙ୍କୁ ମାରପିଟ୍ କରିବା ସହ ତାଙ୍କ ଚୁଟି କାଟି ତାଙ୍କୁ ଲଣ୍ଡା କରିଦେଇଥିଲେ । ଏହାପରେ ସୀମା ନିଜ ସ୍ୱାମୀ, ଦିଅର ଏବଂ ଶାଶୂଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ।
ପୂର୍ବରୁ ସୀମାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିଲା । ଏନେଇ ସୀମାଙ୍କୁ ଲଣ୍ଡା କରିଦେଇଛନ୍ତି । ପୋଲିସ ସମସ୍ତ ଅଭିଯୋଗକୁ ଭିତ୍ତି କରି ୩ ଜଣଙ୍କୁ ଗିରଫ କରିଛି । ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
Comments are closed.