Latest Odisha News

BREAKING NEWS

ଅନଲାଇନରେ ଭାରତୀୟଙ୍କ ଆଧାର, ପାନ କାର୍ଡ ତଥ୍ୟ ବିକୁଛନ୍ତି ପାକିସ୍ତାନୀ ହ୍ୟାକର୍ସ

ନୂଆଦିଲ୍ଲୀ: ତଥ୍ୟ ଲିକକୁ ନେଇ ବଡ଼ ଖବର ଆସିଛି । ଏଥରକ ହଜାର ହଜାର ଭାରତୀୟ ଆଧାର କାର୍ଡ ସହ ପାନ କାର୍ଡ ତଥ୍ୟ ଲିକ୍ ହୋଇଛି । ଆଉ ଏ ଡାଟା ଲାଗିଛି ପାକିସ୍ତାନୀ ହ୍ୟାକରଙ୍କ ହାତରେ । ପ୍ରାୟ ୫ ହଜାରରୁ ଅଧିକ ଭାରତୀୟ ନାଗରିକଙ୍କ ପାନ ସହ ଆଧାର କାର୍ଡ ସହ ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ ଆଦି ତଥ୍ୟ ଲିକ୍ ହୋଇଛି ।

ତେବେ ପାକିସ୍ତାନୀ ହ୍ୟାକର୍ସ ଏହି ଡାଟାକୁ ସର୍ବସାଧାରଣ କରି ଦେଇଛନ୍ତି । ଗୁଗୁଲ ସର୍ଚ୍ଚରେ ବି ଡାଟା ମିଳୁଛି । ଅଧିକାଂଶ ଡାଟାକୁ ହ୍ୟାକର୍ସ ଡାର୍କ ୱେବରେ ବିକ୍ରି କରୁଛନ୍ତି । ଆଉ ଏହି ଡିଲକୁ ପ୍ରାଇଭେଟ୍ ଚ୍ୟାନେଲ୍ ମାଧ୍ୟମରେ ପୂରା କରା ଯାଉଛି ।

ଜଣାପଡ଼ିଛି ହ୍ୟାକର୍ସ ଟେଲିଗ୍ରାମ ମାଧ୍ୟମରେ ଚୋରି ଡାଟାକୁ ବିକ୍ରି କରୁଛନ୍ତି । ଟେଲିଗ୍ରାମ ଗ୍ରୁପରେ ହ୍ୟାକର୍ସ ଉର୍ଦ୍ଦୁରେ କଥା ହେଉଥିବା ବେଳେ ପ୍ରୋଫାଇଲରେ ପାକିସ୍ତାନର ପତାକା ଫଟୋ ରଖାଯାଇଛି । ହ୍ୟାକର୍ସଙ୍କ ଦାବି ଅନୁସାରେ, ସେମାନଙ୍କ ପାଖରେ ଭାରତୀୟ ରେଳ, ଏନଟିଆରଓର ତଥ୍ୟ ରହିଛି ।

Leave A Reply

Your email address will not be published.