ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ, ମହାଲଢେଇ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ଭାରତୀୟ ନିର୍ବାଚନ କମିଶନ, ମେ ୨ରେ ଭୋଟ୍ ଗଣତି
ପିପିଲି: ଏପ୍ରିଲ ୧୭ରେ ପିପିଲି ଫାଇଟ୍ । ପିପିଲି ମହାସମର ପାଇଁ ଦିନ ଧାର୍ଯ୍ୟ ହୋଇଛି । ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ଆସନ୍ତା ଏପ୍ରିଲ ୧୭ରେ ପିପିଲି ବିଧାନସଭା ଲାଗି ମତଦାନ ହେବ ।
ମାର୍ଚ୍ଚ ୨୩ରେ ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି । ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ତାରିଖ ରହିଛି। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ରହିଛି । ମେ ୨ରେ ଭୋଟ୍ ଗଣତି ସହ ପ୍ରକାଶ ପାଇବ ଫଳାଫଳ ।
ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରଠୁ ଏହି ଆସନଟି ଖାଲି ପଡ଼ିଛି । ପିପିଲି ଉପନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ପୂର୍ବରୁ ସୂଚନା ଦେଇଥିଲେ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।
ଏହାପୂର୍ବରୁ ଏହି ଆସନରେ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ବିଜେଡି, ବିଜେପି ଓ କଂଗ୍ରେସର ଅଙ୍କକଷା ଜାରି ରହିଛି ।
Comments are closed.