Latest Odisha News

BREAKING NEWS

ହାରିବା ଭୟରେ ରକ୍ତମୁଖା ବିଜେଡି; ପିତାମ୍ବର ଆଚାର୍ଯ୍ୟ

ଭୁବନେଶ୍ବର: ‘ବିଜୁ ଜନତା ଦଳ ହାରିବା ଭୟରେ ରକ୍ତମୁଖା ସାଜି ବିରୋଧୀଙ୍କ ଉପରେ ଆକ୍ରମଣ କରୁଛି । ଗତକାଲି ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପୂର୍ଣ୍ଣ ଭାବେ ପୂର୍ବ ପ୍ରାୟାଜିତ ଓ ସୁପରିକଳ୍ପିତ ।’ କିଛି ଏପରି କହି ବିରୋଧୀ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପିତାମ୍ବର ଆଚାର୍ଯ୍ୟ ।

ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ମୁଖପାତ୍ର ଶ୍ରୀ ପିତାମ୍ବର ଆଚାର୍ଯ୍ୟ । ସେ କହିଛନ୍ତି ‘ ବିଜୁ ଜନତା ଦଳ ହାରିବା ଭୟରେ ରକ୍ତମୁଖା ସାଜି ବିରୋଧୀଙ୍କ ଉପରେ ଆକ୍ରମଣ କରୁଛି । ଗତକାଲି ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପୂର୍ଣ୍ଣ ଭାବେ ପୂର୍ବ ପ୍ରାୟାଜିତ ଓ ସୁପରିକଳ୍ପିତ । ପୂର୍ବରୁ ମଧ୍ୟ ପାଣିଗ୍ରାହୀଙ୍କ ଉପରେ ଶାସକ ବିଜେଡି ଆକ୍ରମଣ କରିଥିଲା । ପାଣିଗ୍ରାହୀଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ତାଙ୍କ ସ୍ତ୍ରୀ ସୁଜାତା ପାଣିଗ୍ରାହୀ ବିଭିନ୍ନ ଦପ୍ତରକୁ ପୂର୍ବରୁ ଜଣାଇଥିଲେ । କିନ୍ତୁ ପ୍ରଶାସନୀକ ଅଧିକାରୀରୁ ନୂଆ ନେତା ବୋଲାଉଥିବା ବିଜେଡିର ୨ନମ୍ବର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନଙ୍କ ପ୍ରରୋଚନାରେ ବିଜେଡି ଓଡ଼ିଶାର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଇଚାଲିଛି ।’

ସେ ଆହୁରି ମଧ୍ୟ କହିଛନ୍ତି, ‘ବିଜେଡିର ନିଶ୍ଚିତ ପରାଜୟରେ ବ୍ୟତିବ୍ୟସ୍ତ ହୋଇ ଗତକାଲି ନିର୍ବାଚନ ସରିବା ପରେ ଶ୍ରୀ ପାଣିଗ୍ରାହୀଙ୍କ ଉପରେ ପୂର୍ବ ଯୋଜନାବଦ୍ଧଭାବେ ଆକ୍ରମଣ କରାଗଲା । ନିର୍ବାଚନ ପ୍ରଚାରରୁ ଦୂରେଇ ରଖିବା ପାଇଁ ବିଜେଡି ଚକ୍ରାନ୍ତ କରି ଏକ ସ୍ୱାଧିନ ପ୍ରାର୍ଥୀଙ୍କ ଦ୍ୱାରା ପାଣିଗ୍ରାହୀଙ୍କ ଉପରେ ଅତ୍ୟନ୍ତ ବର୍ବରୋଚିତ ଭାବେ ଆକ୍ରମଣ କରି ଜୀବନରୁ ମାରି ଦେବା ପାଇଁ ଯୋଜନା କରିଥିଲା । ପାଣିଗ୍ରାହୀଙ୍କର ଛାତିର ପଞ୍ଜରା ହାଡ ଭାଙ୍ଗି ଯାଇଛି, ଫୁସ୍‌ଫୁସ୍‌ରେ ରକ୍ତସ୍ରାବ ହୋଇ ସେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁନାହାନ୍ତି କି କଥା ମଧ୍ୟ କହିପାରୁ ନାହାନ୍ତି ।

ଗତକାଲି ୪ଟି ଲୋକସଭା କ୍ଷେତ୍ରରେ ନିର୍ବାଚନ ସରିଛି । ସେଥିରୁ ୩ଟି ଆସନରେ ବିଜେପିର ବିପୁଳ ବିଜୟ ହେବ । ନିର୍ବାଚନ ସରିଥିବା ୨୮ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀମାନେ ୧୮ରୁ ୨୦ଟି ଆସନରେ ବିପୁଳ ଭୋଟରେ ବିଜୟୀ ହେବେ । ଏକଥାକୁ ବିଜେଡି ଜାଣିବା ପରେ ଷଡଯନ୍ତ୍ର କରି ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କଲା । ଆହୁରି ମଧ୍ୟ ବ୍ରହ୍ମପୁର ଟାଉନ ଥାନାର ଏଏସ୍‌ଆଇ ରାଜକିଶୋର ପାତ୍ର ବିଜେଡି ପାଇଁ ମଧ୍ୟ ଟଙ୍କା ସଂଗ୍ରହ କରୁଛନ୍ତି ବୋଲି ଜିଲ୍ଲାରୁ ବିଭିନ୍ନ ସ୍ଥାନରୁ ଖବର ଆସୁଛି । ଏ ଦୁଇ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସିଇଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ଏହି ଦୁଇ ପୋଲିସ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟରୁ ବହିଷ୍କାର କରାଯାଉ ।’

Leave A Reply

Your email address will not be published.