Latest Odisha News

BREAKING NEWS

ଲତିକାଙ୍କ ରାଲିରେ ମହିଳାଙ୍କୁ ମାଡ ଅଭିଯୋଗ

କବିସୂର୍ଯ୍ୟନଗର: ଲତିକାଙ୍କ ରାଲିରେ ମାଡ ଖାଇଲେ ମହିଳା, ଏମକେସିଜି ମେଡିକାଲରେ ଭର୍ତ୍ତି । କବିସୂର୍ଯ୍ୟନଗର ବିଧାୟକ ଲତିକା ପ୍ରଧାନଙ୍କ ରାଲି ସମୟରେ ମହିଳାଙ୍କୁ ମାଡ ହୋଇଥିବା ଅଭିଯୋଗ ହୋଇଛି । ବେଗୁନିଆପଡା ପଞ୍ଚାୟତରେ ଲତିକା ରାଲି କରୁଥିବା ବେଳେ ବିଜେଡି କର୍ମୀଙ୍କ ମାଡରେ ମହିଳା ଆହତ ହୋଇ ଏମକେସିଜିରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ବେଗୁନିଆପଡା ପଞ୍ଚାୟତରେ ଲତିକା ରାଲି କରୁଥିବା ବେଳେ ଗାଁର ବିକାଶ ନେଇ କିଛି ମହିଳା ପ୍ରଶ୍ନ ଉଠାଇଥିଲେ ।  ପ୍ରଶ୍ନରେ ଉତ୍ତେଜିତ ହୋଇ ବିଜେଡି କର୍ମୀମାନେ ସଂପୃକ୍ତ ମହିଳାଙ୍କୁ ମାଡ ମାରିଥିଲେ । ପରେ ସେମାନଙ୍କୁ ଏମକେସିଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ଏ ଘଟଣାକୁ ନେଇ ଏପର୍ଯ୍ୟନ୍ତ ବିଧାୟକ ଲତିକା ପ୍ରଧାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ

Leave A Reply

Your email address will not be published.