Latest Odisha News

BREAKING NEWS

କଂଗ୍ରେସରେ ଯୋଗଦେବେ ପ୍ରଶାନ୍ତ କିଶୋର !

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ଏବଂ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ନିର୍ବାଚନ ଦାୟିତ୍ୱ ତୁଲାଇବା ଅପେକ୍ଷା ଦଳରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପ୍ରଶାନ୍ତ କିଶୋର କଂଗ୍ରେସରେ ଖୁବଶୀଘ୍ର ଯୋଗଦେବାର ସମ୍ଭାବନା ରହିଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଶାନ୍ତ ଭେଟିବା ପରେ ଜଣେ କଂଗ୍ରେସର ବରିଷ୍ଠ ନେତା ଏହି ସୂଚନା ଦେଇଛନ୍ତି।

ଗତବର୍ଷ ପ୍ରଶାନ୍ତ କିଶୋରଙ୍କ ସହ କଂଗ୍ରେସର ତିକ୍ତତା ଦେଖାଦେଇଥିଲା । ସେ କଂଗ୍ରେସରେ ସାମିଲ ହୋଇ ନିର୍ବାଚନ ପରିଚାଳନ ଦାୟିତ୍ୱ ସ୍ୱାଧୀନ ଭାବେ ବୁଝିବାକୁ ଚାହିଁଥିଲେ । ଏଥିପାଇଁ ସେ ଦଳର ଏକ ସ୍ୱତନ୍ତ୍ର ପଦ ଚାହୁଁଥିଲେ । ହେଲେ ତାଙ୍କ ପ୍ରସ୍ତାବକୁ ଦଳ ପ୍ରତ୍ୟାଖ୍ୟାନ କରିଥିଲା ବୋଲି ଚର୍ଚ୍ଚା ହୁଏ । ଦଳର ଶୀର୍ଷ ନେତାମାନେ ସେତେବେଳେ କହିଥିଲେ ଯେ ପ୍ରଶାନ୍ତ କିଶୋର ଉପଦେଷ୍ଟା ଭାବେ ଦଳକୁ ନିର୍ବାଚନ ଲଢ଼ିବା ପାଇଁ ସାହଯୋଗ କରିପାରିବେ, କିନ୍ତୁ ତାଙ୍କୁ ନିର୍ବାଚନ ଲଢ଼ିବାର ସମ୍ପୂର୍ଣ୍ଣ ଦାୟିତ୍ୱ ନଦେବା ଉଚିତ।

ଦଳର ଶୀର୍ଷ ନେତା ଏପରି କହିବାର କାରଣ ଥିଲା ଯେ ଯଦି ପ୍ରଶାନ୍ତ କିଶୋରଙ୍କୁ ପ୍ରାର୍ଥୀ ଚୟନ, ଭୋଟରଙ୍କୁ ସଂଗଠିତ କରିବା ଏବଂ ନିର୍ବାଚନ ନାରା ଚୟନ କରିବାର ଦାୟିତ୍ୱ ଦିଆଯାଏ, ତେବେ ଅନ୍ୟ ସାଧାରଣ ସମ୍ପାଦକମାନେ କ’ଣ କରିବେ। ଯଦି ପିକେଙ୍କ ଦାବିକୁ ଗ୍ରହଣ କରାଯିବ ତାହେଲେ କଂଗ୍ରେସର ଅନ୍ୟ ନେତା ଅସନ୍ତୋଷ କିମ୍ବା ଅସୁରକ୍ଷିତ ମନେ କରିପାରନ୍ତି । ତେଣୁ ପିକେଙ୍କ ପ୍ରସ୍ତାବକୁ ଦଳ ପ୍ରତ୍ୟାଖ୍ୟାନ କରିଥିଲା।

ପରବର୍ତ୍ତୀ ସମୟରେ କିନ୍ତୁ ପିକେ ବିଭିନ୍ନ ସମୟରେ ଟ୍ୱିଟ୍ କରି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ସେ ସମାଲୋଚନା କରିଥିଲେ। ଏମିତିକି ଗେଆରେ ଟିଏମସିର ନିଅଁ ପୋତିବାକୁ ଯାଇ କଂଗ୍ରେସ ନେତାଙ୍କୁ ଟିଏମସିକୁ ଆମଦାନୀ କରିଥିଲେ ।

ପିକେ ନିର୍ବାଚନ ରଣନୀତିକାର ସହିତ କିଛି ଦିନ ପାଇଁ ଜେଡିୟୁରେ ସାମିଲ ହୋଇଥିଲେ । ହେଲେ ଦଳର ସୁପ୍ରିମୋ ନୀତୀଶ କୁମାରଙ୍କ ସହ କନ୍ଦଳ ହେବା ପରେ ସେ ଜେଡିୟୁ ଛାଡି ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ପିକେ ୨୦୧୪ରେ ନରେନ୍ଦ୍ର ମୋଦିଙ୍କ ସହ କାମ କରିଥିଲେ ଏବଂ ବିଜେପିକୁ ଲୋକସଭା ନିର୍ବାଚନ ଜିତାଇବାରେ ବଡ଼ ଭୂମିକା ନେଇଥିଲେ। ଏହାପରେ ସେ ପାଖାପାଖି ଅନେକ ଆଞ୍ଚଳିକ ଦଳ ସହ କାମ କରି ବିଜେପି ବିରୋଧରେ ରଣନୀତି କରିଛନ୍ତି।

Leave A Reply

Your email address will not be published.