Latest Odisha News

BREAKING NEWS

ଆଇପିଏଲ ୨୦୨୫: ଏଥର ବୋଲରଙ୍କ ଭରୋଷାରେ ଏହି ଟିମ

ମୁମ୍ବାଇ: ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୫ । ସମସ୍ତ ୧୦ଟି ଯାକ ଟିମ କ୍ରିକେଟର ଏହି ରୋମାଂଚକ ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । କୋଚ ଗୌତମ ଗମ୍ଭୀର ଇମ୍ପାକ୍ଟ ପ୍ଲେୟାର ନିୟମକୁ ଭଲ ଭାବେ ବ୍ୟବହାର କରି ଗତ ସଂସ୍କରଣରେ କେକେଆରକୁ ଚାମ୍ପିୟନ କରାଇଥିଲେ । ଗମ୍ଭୀର ବୋଲରଙ୍କୁ ଠିକ ଭାବେ ଉପଯୋଗ କରିଥିଲେ । ଏବେ କେକେଆର, ସନରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ
ଯୁବ ଟି୨୦ ସ୍ପେଶାଲିଷ୍ଟଙ୍କ ଭରୋଷାରେ କେକେଆର: ଗତ ବିଜେତା କେକେଆର ଯୁବ ବୋଲର ହର୍ଷିତ ରାଣା, ବରୁଣ ଚକ୍ରବର୍ତି, ଏନରିକ ନୋର୍ଟେଜ, ସୁନୀଲ ନାରିନ, ଆନ୍ଦ୍ରେ ରସେଲ ଓ ବୈଭବ ଆରୋରାଙ୍କ ପରି ବୋଲରଙ୍କୁ ଦଳରେ ରଖିଛି । ସେମାନେ ଦଳ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେବେ ବୋଲି ଅନୁମାନ କରାଯାଉଛି ।

ସ୍ପିନରଙ୍କୁ ଅସ୍ତ୍ର କରିବ ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ ଏଥର ସ୍ପିନରଙ୍କ ଭରୋଷାରେ ରହିବ । ରବିଚନ୍ଦ୍ରନ ଅଶ୍ୱୀନ, ରବୀନ୍ଦ୍ର ଜାଡେଜା, ନୂର ଅହମ୍ମଦଙ୍କ ପରି ସ୍ପିନର ରହିଛନ୍ତି । ମାଥିସା ପାଥିରାନା, ଏଲିସ, ଖଲୀଲ ଅହମ୍ମଦ ପେସ ବୋଲିଂ ଦାୟିତ୍ୱ ତୁଲାଇବେ ।
ଦିଲ୍ଲୀ ନିକଟରେ ଅଭିଜ୍ଞ ବୋଲର: ମିଚେଲ ଷ୍ଟାର୍କ, ଅକ୍ଷର ପଟେଲ ଓ କୂଲଦୀପ ଯାଦବଙ୍କ ପରି ଅଭିଜ୍ଞ ବୋଲରଙ୍କ ଭରୋଷାରେ ଦିଲ୍ଲୀ ରହିଛି । ଟି. ନଟରାଜନ ଓ ମୁକେଶ କୁମାର ଡେଥ ଓଭରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।

କମିନ୍ସ-ସାମୀ ହାଇଦ୍ରାବାଦର ଟ୍ରମ୍ପ କାର୍ଡ: ସନରାଇଜର୍ସ ହାଇଦ୍ରାବାଦ ପାଇଁ ପ୍ୟାଟ କୁମିନ୍ସ ଓ ମହମ୍ମଦ ସାମୀ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେବେ । ଆଡାମ ଜାମ୍ପା, ରାହୁଲ ଚହର ସ୍ପିନ ଦାୟିତ୍ୱ ତୁଲାଇବେ ।
ଗୁଜରାଟ ନିକଟରେ ଶୃଙ୍ଖଳିତ ବୋଲିଂ ଲାଇନଅପ: ଗୁଜରାଟ ଟାଇଟାନ୍ସ ନିକଟରେ ଏକ ଶୃଙ୍ଖଳିତ ବୋଲିଂ ଲାଇନ ଅପ ରହିଛି । ରଶିଦ ଖାଁଙ୍କ ପରି ଷ୍ଟାର ବୋଲରଙ୍କ ସମେତ କାଗିସୋ ରାବାଡା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ୱାଶିଂଟନ ସୁନ୍ଦର ରହିଛନ୍ତି ।

Comments are closed.