ନୂଆଦିଲ୍ଲୀ: କାମ ଦେଉନି ପ୍ଲାଜମା ଥେରାପି । ଏଥିପାଇଁ କୋଭିଡ ଚିକିତ୍ସାରୁ ହଟିବ ପ୍ଲାଜମା ଥେରାପି । ନ୍ୟାଶନାଲ କ୍ଲିନିକାଲ ପ୍ରୋଟୋକଲରୁ ପ୍ଲାଜମା ଥେରାପିକୁ ହଟାଇବା ପାଇଁ ପ୍ରସ୍ତୁତି ଚାଲିଛି । ଏନେଇ ଆଇସିଏମ୍ଆର୍ ବିବୃତି ଜାରି କରି ଏଭଳି କହିଛନ୍ତି ।
ପ୍ଲାଜମା ଥେରାପିର ରେଜଲ୍ଟକୁ ନେଇ ଏକ ସର୍ଭେ ହୋଇଛି। ଯେଉଁଥିରେ ଦର୍ଶାଯାଇଛି ଯେ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହି ଥେରାପି ବ୍ୟବହାର କରାଯାଉଛି କିନ୍ତୁ ଏହା ମୃତ୍ୟୁ ହାରକୁ ହ୍ରାସ କରିପାରୁନି । ସେପ୍ଟେମ୍ବରରେ ପ୍ରକାଶିତ ଆଇସିଏମଆର ରିପୋର୍ଟରୁ ଜଣାପଡିଛି ଯେ କୋଭିଡ ଗୁରୁତର ରୋଗୀଙ୍କ ଜୀବନ ରକ୍ଷା କରିବାରେ ବିଫଳ ହେଉଛି।
କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କ ପାଇଁ ପ୍ଲାଜମା ଥେରାପି ସେତେଟା ସଫଳ ସାବ୍ୟସ୍ତ ହେଉନି ବୋଲି ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭର୍ଭା କହିଛନ୍ତି। ସେ କହିଛନ୍ତି, କୋଭିଡ ଚିକିତ୍ସା ନେଇ ଦେଶର ଅନେକ ଚିକିତ୍ସକଙ୍କ ସହ ଆଲୋଚନା କରିଛୁ। ଏକ ଜଏଣ୍ଟ ମନିଟରିଂ କମିଟି ସହିତ ମଧ୍ୟ ଆଲୋଚନା ଚାଲିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ବଳରାମ କହିଛନ୍ତି ଯେ ଏବେ ଏକ ନିଷ୍ପତ୍ତିରେ ପହଞ୍ଚିଛି। ଏଯାବତ ପ୍ଲାଜମା ଥେରାପି ହଟାଇବା ନିଷ୍ପତ୍ତି ସ୍ପଷ୍ଟ ହୋଇନି।
Comments are closed.