Latest Odisha News

BREAKING NEWS

କ୍ରମାଗତ ତୃତୀୟ ଦିନରେ ରାଜ୍ୟରୁ ଦୁଇ ହଜାରରୁ କମ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: କ୍ରମାଗତ ତୃତୀୟ ଦିନରେ ରାଜ୍ୟରୁ ଦୁଇ ହଜାରରୁ କମ୍ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଚାରେ ସଂକ୍ରମିତ ହୋଇଛନ୍ତି ଆଉ ୧୯ ଶହ ୩୧ ଜଣ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୧ ଶହ ୨୦ ଜଣ ଥିବା ବେଳେ ୮୧୧ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ।

ଖୋର୍ଦ୍ଧାରେ କେସ୍ କମୁଛି । ଦିନକରେ ଚିହ୍ନଟ ହୋଇଛନ୍ତି ୨୭୩ ନୂଆ ଆକ୍ରାନ୍ତ । କଟକ ଜିଲ୍ଲାରୁ ୧୫୭ ପଜିଟିଭ୍ ବାହାରିଥିବା ବେଳେ ଅନୁଗୋଳରୁ ୧୨୦ ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା କରୋନା ପଜିଟିଭ୍ ତାଲିକାରେ ଯୋଡ଼ିଛି ୧୦୪ ନୂଆ ନାଁ । ବାକି ସମସ୍ତ ଜିଲ୍ଲାରୁ ଶହେରୁ କମ୍ ଲେଖାଏ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦିନେ କରୋନାର ହଟସ୍ପଟ ଥିବା ଗଞ୍ଜାମ ଜିଲ୍ଲାରୁ ୨୪ ଘଣ୍ଟାରେ ସାମନାକୁ ଆସିଛି ୨୭ ପଜିଟିଭ୍ କେସ୍ । ଗଜପତି ଓ ଦେବଗଡ଼ରୁ ୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରେ ସଂକ୍ରମିତ ହୋଇଛନ୍ତି ସବୁଠୁ କମ୍ ୭ ଜଣ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୪ ହଜାର ୧୮୧କୁ ବୃଦ୍ଧି ପାଇଛି । ୨ ଲକ୍ଷ ୫୨ ହଜାର ୧୯୭ ସୁସ୍ଥ ହେଲେଣି । ୨୦ ହଜାର ୭୫୦କୁ ଖସିଛି ଆକ୍ଟିଭ୍ କେସ୍ ।

Leave A Reply

Your email address will not be published.