Latest Odisha News

BREAKING NEWS

ବଡ ଘୋଷଣା: ଘରୋଇ କ୍ରିକେଟରେ ମିଳିବ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର

ନୂଆଦିଲ୍ଲୀ: ବିସିସିଆଇ ସେକ୍ରେଟାରୀ ଜୟ ଶାହ ସୋମବାର ଏକ ବଡ ଘୋଷଣା କରିଛନ୍ତି । ଘରୋଇ କ୍ରିକେଟରେ ଆଗକୁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯିବ । ଜୁନିୟର ଓ ମହିଳା କ୍ରିକେଟରେ ବି ଏହାକୁ ଲାଗୁ କରାଯିବ । ରଣଜୀ ଟ୍ରଫିରେ କେବଳ ଏହି ପୁରସ୍କାର ପ୍ରଦାନ କରାଯାଉଥିଲା । ଏବେ ବିଜୟ ହଜାରେ ଓ ସୟେଦ ମୁସ୍ତାକ ଅଲି ଟ୍ରଫିରେ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯିବ । ସୋସିଆଲ ମିଡିଆରେ ଜୟ ଶାହ ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ଦ୍ୱାରା ଯୁବ କ୍ରିକେଟମାନେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ଜୟ ଶାହଙ୍କ ଏହା ଶେଷ ବଡ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି ।

ସେ ଏବେ ଆଇସିସି ଚେୟାରମ୍ୟାନ ହେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଯଦି ସବୁ କିଛି ଠିକଠାକ ରୁହେ ତେବେ ସେ ୫ମ ଭାରତୀୟ ଭାବେ ଏହି ଗୁରୁ ଦାୟିତ୍ୱ ବହନ କରିବେ । ତାଙ୍କ ସ୍ଥାନରେ ଅରୁଣ ଜେଟଲୀଙ୍କୁ ବିସିସିଆଇ ସେକ୍ରେଟାରୀ କରାଯାଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି ।

Comments are closed.