Latest Odisha News

BREAKING NEWS

ଲକଡାଉନକୁ ନେଇ କ’ଣ କହିଲେ କମିଶନରେଟ ପୋଲିସ, ଜାଣନ୍ତୁ…

ଭୁବନେଶ୍ୱର: ଆସନ୍ତା ବୁଧବାର ଠାରୁ ଓଡ଼ିଶାରେ ଲକଡାଉନ ଆରମ୍ଭ ହେବାକୁ ଥିବାବେଳେ ଦୋକାନ ଆଗରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଯାହାକୁ ଦୃଷ୍ଟିରେ ରଖି ଦୋକାନ ଆଗରେ ଅଯଥା ଗହଳି ନକରିବାକୁ ଅପିଲ କରିଛି କମିଶନରେଟ ପୋଲିସ।

ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ଲକଡାଉନ୍ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କରୋନା ସଂକ୍ରମଣ ରୋକିବା। ଲକଡାଉନ ପାଇଁ ଆତଙ୍କିତ ଭାବେ ଦୋକାନ ବଜାର ଆଗରେ ଭିଡ଼ ଜମାନ୍ତୁ ନାହିଁ।

ରାଜ୍ୟ ସରକାର ଲକଡାଉନ୍ ଗାଇଡଲାଇନରେ ସ୍ପଷ୍ଟ କରିଛନ୍ତି ଯେ ପନିପରିବା, ଆମିଷ ବଜାର, ଖାଦ୍ୟ ସାମଗ୍ରୀ, ମେଡିସିନ ଏବଂ କ୍ଷୀର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡ଼ିକ ପ୍ରତିଦିନ ସକାଳ ୬ ଟାରୁ ଦିନ ୧୨ ଟା ଯାଏଁ ଖୋଲା ରହିବ। ତେଣୁ କରି ଏସବୁକୁ ଧ୍ୟାନରେ ରଖି ଟ୍ବିନସିଟି ବାସୀ ଆରାମରେ କିଣାକିଣି କରନ୍ତୁ ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.