Latest Odisha News

BREAKING NEWS

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୮୨୩ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ଆଉ ୮୨୩ କରୋନା ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୫୦ ଜଣ ଥିବା ବେଳେ, ୬୭୩ ଜଣ ଲୋକାଲ୍‌ କେସ୍‌ । ସେହିପରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୭୦୯ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ ।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ନୟାପଲ୍ଲୀରୁ ସର୍ବାଧିକ ୫୯ ଜଣ ଥିବା ବେଳେ, ପଟିଆରୁ ୪୪, ଓଲ୍ଡ ଟାଉନରୁ ୩୬, ଚନ୍ଦ୍ରଶେଖରପୁରରୁ ୩୧, ରସୁଲଗଡ଼ରୁ ୨୧, ସୁନ୍ଦରପଦାରୁ ୨୦, ୟୁନିଟ୍-୯ରୁ ୧୭, ଝାରପଡ଼ାରୁ ୧୫, ଡୁମୁଡୁମାରୁ ୨୦, ବମିଖାଲରୁ ୨୧, ବଡ଼ଗଡ଼ରୁ ୧୦, ବରମୁଣ୍ଡାରୁ ୧୭, ଭିମଟାଙ୍ଗିରୁ ୮, କଳିଙ୍ଗବିହାରରୁ ୮ ଜଣ ଅଛନ୍ତି ।

ସେହିପରି କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ନୟାପଲ୍ଲୀରୁ ୧୫ ଜଣ ଥିବା ବେଳେ, ଚନ୍ଦ୍ରଶେଖରପୁରରୁ ୧୧ ଜଣ, ପଟିଆରୁ ୧୪, ଓଲ୍ଡ ଟାଉନରୁ ୧୦, ବରମୁଣ୍ଡାରୁ ୬, ଝାରପଡ଼ାରୁ ୫, ରସୁଲଗଡ଼ରୁ ୭, ବମିଖାଲ ୫, ଖଣ୍ଡଗିରିରୁ ୭ ଜଣ ସଂକ୍ରମିତ ଅଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ସଂକ୍ରମିତ ହେଲେଣି ୪୭ ହଜାର ୧୪୦ ଜଣ । ଏମାନଙ୍କ ମଧ୍ୟରୁ ୩୮ ହଜାର ୩୬୧ ଜଣ ସୁସ୍ଥ ହୋଇଥିବା ବେଳେ, ୨୬୮ ଜଣଙ୍କ ଜୀବନ ନେଲାଣି ଭାଇରସ । ବାକି ୮୪୯୦ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.