Latest Odisha News

BREAKING NEWS

ବର୍ଷାଙ୍କୁ ଅନୁଭବଙ୍କ ଆକୁଳ ନିବେଦନ: ଆପୋଷ ବୁଝାମଣା କରି ଯଥାଶୀଘ୍ର ଅଲଗା ହୁଅ

ଭୁବନେଶ୍ୱର:କିଛି ଦିନ ଧରି ନିରବି ଯାଇଥିବା ଅନୁଭବ-ବର୍ଷାଙ୍କ ଦାମ୍ପତ୍ୟ ଝଡ ପୁଣି  ସୋସିଆଲ ମିଡିଆରେ ଉଠିଛି । କିଛି ସମୟ ପୂର୍ବରୁ ନିଜ ଟୁଇଟର ପେଜରେ ଅନୁଭବ କରିଥିବା ଟୁଇଟକୁ ନେଇ ଏହି ଦାମ୍ପତ୍ୟ କଳି ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଟୁଇଟରେ ଅନୁଭବ ବର୍ଷାଙ୍କୁ ତାଙ୍କ ଜୀବନରୁ ଏବଂ ତାଙ୍କ ପରିବାରଠାରୁ ଦୂରେଇ ଯିବା ପାଇଁ ହାତ ଯୋଡି ନିବେଦନ କରିଛନ୍ତି ।

ଅନୁଭବ-ବର୍ଷା ମାମଲା ଏବେ ବି କୋର୍ଟରେ ଅଛି । ସେମାନଙ୍କ ବିବାହ ବିଚ୍ଛେଦକୁ ନେଇ କୌଣସି ଚୂଡାନ୍ତ ରାୟ କୋର୍ଟ ଦେଇ ନାହାନ୍ତି । ଏସବୁ ଭିତରେ ବି ଅନେକ ସମୟରେ ଉଭୟଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଫାଇଟ ଲାଗି ରହିଥାଏ । କେତେବେଳେ ଟୁଇଟକୁ ନେଇ ତ କେତେବେଳେ ବାଇଟକୁ ନେଇ ଉଭୟଙ୍କ ମଧ୍ୟରେ ଚାଲିଥିବା ଫାଇଟ ଚର୍ଚ୍ଚାର ଖୋରାକ ଯୋଗାଇଥାଏ । ତେବେ ଗତ କିଛି ଦିନ ଧରି ଉଭୟ ନିରବ ରହିବା ପରେ ଆଜି ଅନୁଭବ ଏକ ଟୁଇଟ କରି ବର୍ଷାଙ୍କୁ ଟ୍ୟାଗ କରିଛନ୍ତି ।

ଅନୁଭବ ଇଂରାଜୀରେ  ଏହି ଟୁଇଟ ଲେଖିଛନ୍ତି  । ସେ ଲେଖିଛନ୍ତି,  ‘ବାପା-ମା’ ସବୁବେଳେ ପିଲାଙ୍କର ଭଲ ଚାହିଁଥାନ୍ତି । ଆମେ ଜାଣୁ କିଏ ଠିକ ଏବଂ କିଏ ଭୁଲ । ମୋ ବାପାଙ୍କ ଦେହ ବହୁତ ଖରାପ ଏବଂ ସେ ଏବେ ଆଇସିୟୁରେ ଅଛନ୍ତି । ମୁଁ ତୁମକୁ ହାତଯୋଡି ଅନୁରୋ୍ଧ କରୁଛି, ପ୍ଲିଜ, ତୁମେ ବିଳମ୍ବ ନ କରି ସହୃଦୟତାର ସହ ଦୂରେଇ ଯାଅ । ମୋ ବାପା-ମା’ଙ୍କୁ ଶେଷ ସମୟରେ ଶାନ୍ତିରେ ନିଃଶ୍ୱାସ ମାରିବାକୁ ଦିଅ । ଭଗବାନ ତୁମକୁ ଆଶୀର୍ବାଦ କରିବେ ।’  ଏହି ଟୁଇଟରେ ଅନୁଭବ ହାତ ଯୋଡିଥିବାର ଇମୋଜି ଦେଇ ବର୍ଷାଙ୍କୁ ଟ୍ୟାଗ କରିଛନ୍ତି ।

ଅବଶ୍ୟ ବର୍ଷାଙ୍କ ପକ୍ଷରୁ ଏ ନେଇ କୌଣସି ପ୍ରତ୍ୟୁତ୍ତର ରଖାଯାଇ ନାହିଁ ।

Comments are closed.