Latest Odisha News

BREAKING NEWS

ବିଧାନସଭାରେ ହାତୀଙ୍କ ହିସାବ ନିକାଶ ! ୧୦ ବର୍ଷ ଭିତରେ ମରିଛନ୍ତି ୭୮୪ ଓ ମାରିଛନ୍ତି ୯୨୫ ମଣିଷ

ଭୁବନେଶ୍ବର : ଗତ ୧୦ ବର୍ଷ ଭିତରେ, ଅର୍ଥାତ ୨୦୧୨-୨୦୨୨ ମଧ୍ୟରେ ରାଜ୍ୟରେ ୭୮୪ ହାତୀ ପ୍ରାଣ ହରାଇଛନ୍ତି ଓ ହାତୀଙ୍କ ଆକ୍ରମଣରେ ୯୨୫ ଜଣ ଲୋକଙ୍କର ଜୀବନ ହରାଇଛନ୍ତି । ହାତୀ ଓ ମଣିଷ ଲଢେଇରେ କାହାର କେତେ ଜୀବନ ଯାଇଛି, ଏନେଇ ଆଜି ବିଧାନସଭାରେ ବିସ୍ତୃତ ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।

ଜଙ୍ଗଲ ମନ୍ତ୍ରୀ ଗୃହରେ ରଖିଥିବା ସୂଚନା ମୁତାବକ, ୨୦୧୮-୧୯ ମସିହାରେ ସର୍ବାଧିକ ୯୩ଟି ହାତୀ ଆଖି ବୁଜିଥିବାବେଳେ ଚଳିତ ବର୍ଷ ୮୫ ଜଣ ବ୍ୟକ୍ତି ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ୨୦୧୭ ମସିହାର ହାତୀ ଗଣନା ତଥ୍ୟ ଅନୁସାରେ ରାଜ୍ୟରେ ଏବେ ମୋଟ ୧୯୭୬ଟି ହାତୀ ଅଛନ୍ତି । ହେଲେ ଗତ ୧୦ ବର୍ଷ ଭିତରେ ୨୦୧୨-୧୩ରେ ୮୨ ହାତୀ ପ୍ରାଣ ହରାଇଥିବା ବେଳେ ହାତୀ ଆକ୍ରମଣରେ ୮୦ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ସେହିଭଳି ୨୦୧୩-୧୪ ରେ ୭୦ଟି ହାତୀ ଓ ୬୭ ଜଣ ମଣିଷ, ୨୦୧୪-୧୫ ରେ ୫୪ ହାତୀ ଓ ୬୫ ମଣିଷ, ୨୦୧୫-୧୬ ରେ ୮୬ ହାତୀ ଓ ୮୯ ମଣିଷ, ୨୦୧୬-୧୭ରେ ୭୬ ହାତୀ ଓ ୬୬ ମଣିଷ, ୨୦୧୭-୧୮ ରେ ୭୮ ହାତୀ ଓ ୧୦୫ ମଣିଷ, ୨୦୧୯-୨୦ ରେ ୮୨ ହାତୀ ଓ ୧୧୭ ମଣିଷ, ୨୦୨୦-୨୧ରେ ୭୭ ହାତୀ ଓ ୧୩୯ ମଣିଷ, ୨୦୨୧-୨୨ରେ ୮୬ ହାତୀ ଓ ୧୧୨ ଜଣମଣିଷ ମୃତ୍ୟୁବରଣ କରିଥିବା ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସୂଚନା ଦେଇଛନ୍ତି।

Leave A Reply

Your email address will not be published.