Latest Odisha News

BREAKING NEWS

ନଭେମ୍ବରରେ ହେବ ଯୁକ୍ତ ୨ ଅତିରିକ୍ତ ପରୀକ୍ଷା, ଜାଣି ରଖନ୍ତୁ ତାରିଖ

ଭୁବନେଶ୍ୱର: ଯୁକ୍ତ ଦୁଇ ଅତିରିକ୍ତ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ। ଆସନ୍ତା ନଭେମ୍ବର ୫, ୬ ଓ ୭ ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ।

ଯେଉଁ ବିଷୟ ଗୁଡ଼ିକର ପରୀକ୍ଷା ଅନୁଷ୍ଠିତ ହୋଇନି ଏବଂ ଗ୍ରେସ୍ ମାର୍କ ଦିଆଯାଇଛି, ସେସବୁ ବିଷୟରେ ପରୀକ୍ଷା ହେବ। ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି।

ଛାତ୍ର ଛାତ୍ରୀ ମାନେ ରାଜ୍ୟର ୫୬ ଟି ପରୀକ୍ଷା ପରିଚାଳନା କେନ୍ଦ୍ରରେ ପରୀକ୍ଷା ଦେବେ। ଏହା ସହ ଜିଲ୍ଲାର ନୋଡାଲ କଲେଜରେ ମଧ୍ୟ ପରୀକ୍ଷା ଦେଇପାରିବେ। ଚଳିତ ବର୍ଷ ସାଢ଼େ ତିନି ଲକ୍ଷ ଛାତ୍ର ଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେଇଥିଲେ।

ମାର୍ଚ୍ଚ ୩ ରୁ ୨୮ ଯାଏ ପରୀକ୍ଷା ଲାଗି ନିଷ୍ପତ୍ତି ହୋଇଥିଲା। ମାତ୍ର ମହାମାରୀ ପାଇଁ ୨୩ ରୁ ୨୮ ମାର୍ଚ୍ଚ ଯାଏ ପରୀକ୍ଷା ହୋଇପାରିନଥିଲା। ଛାତ୍ର ଛାତ୍ରୀଙ୍କୁ ଏସବୁ ବିଷୟରେ ଗ୍ରେ ସ୍ ମାର୍କ ଦିଆଯାଇଥିଲା। ସ୍ଥିତି ସୁଧୁରିଲେ ଛାତ୍ର ଛାତ୍ରୀ ଙ୍କ ଲାଗି ପରୀକ୍ଷା କରିବାକୁ ସୁପ୍ରିମ କୋର୍ଟ ଙ୍କ ନିର୍ଦ୍ଦେଶ ଦେଇଥିଲେ। ଏହାରି ଆଧାରରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ପରୀକ୍ଷା ସମୟରେ କରୋନା ଗାଇଡ ଲାଇନ ପାଳନ କରିବା ଲାଗି କୁହାଯାଇଛି।

Comments are closed.