ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ପାଇଁ ବଦଳିବ ୨୦ଟି ପରୀକ୍ଷା କେନ୍ଦ୍ର । ଫିକ୍ସିଂ ଅଭିଯୋଗ ଆସିବା ପରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ୧୧୪୨ କେନ୍ଦ୍ର ମଧ୍ୟରୁ ୨୦ଟି କେନ୍ଦ୍ର ପରିବର୍ତ୍ତନ କରାଯିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ପରିଚାଳନା କମିଟି ବୈଠକରେ ନିଷ୍ପତି ହୋଇଛି ।
ସୂଚନାଯୋଗ୍ୟ, ଗତ ୭ ତାରିଖରେ ପରୀକ୍ଷା କେନ୍ଦ୍ର ଫିକିଂ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଯୁକ୍ତ ୨ ପରୀକ୍ଷା କମିଟର ସଦସ୍ୟ ଏଭଳି ଗୁରୁତର ଅଭିଯୋଗ ଆଣିଥିଲେ । ପରୀକ୍ଷା ପରିଚାଳନା କମିଟିର ବିନା ଅନୁମତିରେ ପରୀକ୍ଷା କେନ୍ଦ୍ର ଚୟନ ହୋଇଥିବା ନେଇ କମିଟି ସଭ୍ୟ ସନ୍ତୋଷ ସିଂ ସାଲୁଜା ଓ କିଶୋର ମହାନ୍ତି କହିଥିଲେ ।
କମିଟି ପୂର୍ବରୁ ଦେଇଥିବା ପରୀକ୍ଷା କେନ୍ଦ୍ର ତାଲିକା ବଦଳାଇ ଆଉ ଏକ ନୂଆ ତାଲିକା ପ୍ରକାଶ କରିଥିଲା ବୋଲି କମିଟି ସଭ୍ୟମାନେ ଅଭିଯୋଗ କରିଥିଲେ । ପୂର୍ବ ବର୍ଷ ପରୀକ୍ଷାରେ ଯେଉଁ ସେଂଟର ମାନଙ୍କରେ କପି ଧରା ଯାଇଥିଲା କିମ୍ବା କପି ହେଉଥିବା ନେଇ ସ୍କ୍ରାଚ କରାଯାଇଥିଲା ସେହି ପରୀକ୍ଷା କେନ୍ଦ୍ରକୁ ଚଳିତ ବର୍ଷ ସେଂଟର କରିବା ତାଲିକାରୁ ବାଦ ଦେବା ପାଇଁ କମିଟି ପ୍ରସ୍ତାବ ଦେଇଥିଲା । ହେଲେ କମିଟର ଏହି ପ୍ରସ୍ତାବକୁ ବଦଳାଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଲଗା ତାଲିକା ପ୍ରସ୍ତୁତ କରିଥିଲା ବୋଲି କମିଟି ସଭ୍ୟ ଅଭିଯୋଗ କରିଥିଲେ ।
BREAKING NEWS
- ବାଂଲାଦେଶରେ ଉତ୍ତେଜନା; ପୋଲିସ ହେପାଜତରେ ଆୱାମୀ ଲିଗ୍ ନେତାଙ୍କ ମୃତ୍ୟୁ
- ବିସିବିର ଆଉ ଏକ ମିଛ ଧରିଲା ଆଇସିସି
- ଫେବୃଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ, ରବିବାର ହେବ…
- Jagdeep Dhankhar Hospitalised At AIIMS: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏମ୍ସରେ ଭର୍ତ୍ତି; ଗତ ସପ୍ତାହରେ ଦୁଇଥର ଅଚେତ…
- ବସ୍ ସହ ସ୍କୁଟିର ହେଲା ଧକ୍କା ,ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
- ରହିବନି କୋଟା ଓ ଆରଏସି; ବନ୍ଦେ ଭାରତ ସ୍ଲିପର ଟ୍ରେନରେ ମିଳିବ ଏହି ସୁବିଧା…
- କଳିଙ୍ଗା ଘାଟିରେ ‘ସତର୍କ ସୂଚନା ଘଣ୍ଟି’ ଉଦ୍ଘାଟିତ
- କୋହଲି ଅହଙ୍କାରୀ କି ନୁହେଁ କହିଲେ ସାଥୀ ଖେଳାଳି
- କୋର୍ଟକୁ ଆସିଲେନି ପିୟୂଷ
- ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶା ରନର୍ସଅପ୍
Comments are closed.