Latest Odisha News

[ଦେଖନ୍ତୁ ଭିଡିଓ] ଯୁକ୍ତ ଦୁଇ ବାଣିଜ୍ୟ ଛାତ୍ରୀ ଅର୍ପିତାଙ୍କ ସଫଳତା ନେଇ ଶୁଭେଚ୍ଛା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ପରୀକ୍ଷା ଫଳ ୨୦୨୨ ପ୍ରକାଶ ପାଇଛି। ଉଭୟ ପରୀକ୍ଷାରେ ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ ରାଜ୍ୟରେ ରେକର୍ଡ କରିଛନ୍ତି। ୨୦୨୧ରେ ମହାମାରୀ କରୋନା ପାଇଁ ବିନା ପରୀକ୍ଷାରେ ଫଳାଫଳ ପ୍ରକାଶ ପାଇଥିବା ବେଳେ, ଚଳିତ ବର୍ଷ ସ୍ବାଭାବିକ ଭା‌ବେ ପରୀକ୍ଷା ଫଳ ପ୍ରକାଶିତ ହୋଇଛି।

ଜଗତସିଂହପୁର ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଛନ୍ତି ଅର୍ପିତା ତ୍ରିପାଠୀ । ଜଗତସିଂହପୁର ସଦର ମହକୁମା ସ୍ଥିତ ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ ର ଛାତ୍ରୀ ଅର୍ପିତା ମୋଟ ୫୬୨ ଅର୍ଥାତ ୯୩.୬ ପ୍ରତିଶତ ନମ୍ବର ରଖି କଲେଜ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏହି ପରିପ୍ରେକ୍ଷୀରେ ଅର୍ପିତା ଙ୍କ ଶିକ୍ଷକ,ଶିକ୍ଷୟିତ୍ରୀ , ସହପାଠୀ ତଥା ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଅର୍ପିତା ଙ୍କୁ ପୁଷ୍ପଗୁଚ୍ଛ ଦେଇ ମିଠା ଖୁଆଇ ଶୁଭେଚ୍ଛା ଜଣାଇଛନ୍ତି।

ତେବେ ଏହି ସଫଳତାର ଶ୍ରେୟ ଅର୍ପିତା ତାଙ୍କର ମାଆ, ବାପା ଏବଂ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ଦେଇଥିବା ବେଳେ, ନିଜେ ଭବିଷ୍ୟତରେ ଜଣେ ଅଧ୍ୟାପିକା କିମ୍ବା ପ୍ରଶାଶନିକ କ୍ଷେତ୍ରରେ କାର୍ଯ୍ୟ କରିବେ ବୋଲି ଆଶା ରଖିଛନ୍ତି ଅର୍ପିତା।

ସେହିଭଳି ଅର୍ପିତା ଙ୍କ ଭଳି ଛାତ୍ରୀ ପାଇଁ ଆଜି କଲେଜ,କୋଚିଂ ସେଣ୍ଟର ଏବଂ ଜିଲ୍ଲା ଗର୍ବିତ ବୋଲି କହିବା ସହ ତାଙ୍କର ଭବିଷ୍ୟତ ଜୀବନର ଉଜ୍ଜ୍ବଳ କାମନା କରିଛନ୍ତି ।

Comments are closed.