Latest Odisha News

ଯୁକ୍ତ ଦୁଇ ପରୀକ୍ଷା: ପରୀକ୍ଷାର୍ଥୀଙ୍କୁ ମିଳିବ ୩୦ ପୃଷ୍ଠାର ଉତ୍ତରଖାତା, ଦିଆଯିବନି ଅତିରିକ୍ତ ପେପର

ଭୁବନେଶ୍ୱର:ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସିଲା ଗାଇଡ ଲାଇନ । କେବେ ଆସିବ ପ୍ରଶ୍ନପତ୍ର, କେମିତି ରହିବ ଉତ୍ତରଖାତା ଏ ସମସ୍ତ ତଥ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ସ୍କୁଲକୁ ଜଣାଇ ଦିଆଯାଇଛି । ମାର୍ଚ୍ଚ ୧ତାରିଖରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏଥର ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କୁ ମିଳିବ ୩୦ ପୃଷ୍ଠାର ଉତ୍ତରଖାତା । ତେବେ ୨୦୨୦ ପୂର୍ବରୁ ପଞ୍ଜୀକରଣ କରିଥିବା ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କୁ ୨୮ ପୃଷ୍ଠାର ଉତ୍ତରଖାତା ଦିଆଯିବ । ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ଉତ୍ତରଖାତା ଦିଆଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ଦୁଇଟି ପର୍ଯାୟରେ ପରୀକ୍ଷା ପରିଚାଳନା ହବକୁ ପ୍ରଶ୍ନପତ୍ର ପଠାଯିବ । ମାର୍ଚ୍ଚ ୧ରୁ ୧୮ ତାରିଖ ମଧ୍ୟରେ ହେବାକୁ ଥିବା ବିଷୟ ଗୁଡିକର ପରୀକ୍ଷା ଲାଗି ଫେବ୍ରୁଆରୀ ୨୨ରୁ ୨୬ ତାରଖ ମଧ୍ୟରେ ପ୍ରଶ୍ନପତ୍ର ପଠାଯିବ । ସେହିପରି ମାର୍ଚ୍ଚ ୧୮ ପରେ ହେବାକୁ ଥିବା ପରୀକ୍ଷାର ପ୍ରଶ୍ନପତ୍ର ମାର୍ଚ୍ଚ ୧୫ରୁ ୧୮ ମଧ୍ୟରେ ପଠାଯିବ । ଏ ନେଇ ବୋର୍ଡ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ, ପ୍ରଧାନଶିକ୍ଷକଙ୍କୁ ଜଣାଇ ଦିଆଯାଇଛି ।

ପ୍ରଶ୍ନପତ୍ର ହବରେ ସିସିଟିଭି ଲଗାଯିବା ସହ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରତି ହବରେ ପୁଲିସ କର୍ମଚାରୀମାନେ ଉପସ୍ଥିତ ରହିବେ । ଯଦି ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର  ନିର୍ଧାରିତ ସମୟରେ ନ ପହଞ୍ଚେ ତେବେ ସେଣ୍ଟର ସୁପରଭାଇଜର ତୁରନ୍ତ ହବସସୁପରଭାଇଜରଙ୍କ ସହ ଯୋଗାଯୋଗ କରିବାକୁ ମଧ୍ୟ କୁହଯାଇଛି ।

ସେହିପରି ପରୀକ୍ଷା ହଲ ନିକଟରେ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଅଲଗା ପରିସ୍ରାଗାର ରଖିବାକୁ କୁହାଯାଇଛି । ପରୀକ୍ଷାର୍ଥୀ ଅତିବେଶରେ ୨ରୁ ୩ମିନିଟ ପାଇଁ ବାହାରକୁ ଯାଇ ପାରିବେ । ବାହାରକୁ ଯିବା ପୂର୍ବରୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ଇନଭିଜିଲେଟରଙ୍କ ପାଖରେ ଦାଖଲ କରି ଯିବେ ।

ଇନଭିଜିଲେଟର, ଅବଜରଭର, ଜିଲ୍ଲା ପ୍ରଶାସନର ପ୍ରତିନିଧିଙ୍କ ଉପସ୍ଥିତିରେ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ଖୋଲାଯିବ ।

Leave A Reply

Your email address will not be published.