Latest Odisha News

BREAKING NEWS

ଆସନ୍ତା ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : ୨୦୨୦ ମସିହା ଫେବ୍ରୁଆରୀ ମାସ ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜଣାପଡିଛି।

ମାଟ୍ରିକ୍ ପରୀକ୍ଷା ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ମଧ୍ୟରେ ସମାପ୍ତ ହେବ । ପରୀକ୍ଷା ସମୟ ସକାଳ ୧୦ଟାରୁ ଦିନ ୧୨ଟା ୩୦ମି. ଯାଏଁ ରହିବ ବୋଲି ବିଭାଗ ପକ୍ଷରୁ ନିର୍ଦ୍ଧାରଣ କରାଯାଇଛି ।

ପ୍ରକାଶିତ ସମୟ ସାରଣୀ ଅନୁଯାୟୀ ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ହେବକୁ ଥିବା ବେଳେ ୩ୟ ଭାଷା ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଯଥାକ୍ରମେ ଫେବ୍ରୁଆରୀ ୨୪ ତାରିଖରେ ଅନୁଷ୍ଠିତ ହେବ । ଏଥିସହିତ ଫେବୃଆରୀ ୨୨ ତାରିଖରେ ଇଂରାଜୀ ପରୀକ୍ଷା ଅନୁଷ୍ଠିତ ହେବା ନେଇ ଜଣାପଡିଛି ।

ପରବର୍ତ୍ତୀ ସମୟରେ ୨୬ ତାରିଖରେ ଗଣିତ, ୨୮ରେ ଜିଏସସି ବିଜ୍ଞାନ ଓ ମାର୍ଚ୍ଚ ୨ ତାରିଖରେ ଏସଏସସି ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ ।

ଏହାବ୍ୟତିତ ଗଣିତ ପରକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଅଧିକ ୧୫ମି. ସମୟ ମିଳିବ ବୋଲି ସୂଚନା ମିଳିଛି ।

ଏହାବ୍ୟତିତ ବିଏସଇ ସଭାପତି ରାମାଶିଷ ହାଜରା କହିଛନ୍ତି ଯେ ଓଡିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ(ଓଏସଓଏସ) ବାର୍ଷିକ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷା ମଧ୍ୟ ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେବ । ଏହି ପରୀକ୍ଷା ୨ୟ ସିଟିଂ ଦିନ ୧ଟା ୩୦ମି.ରୁ ଅପରାଦ୍ନ ୪ଟା ଯାଏଁ ଅନୁଷ୍ଠିତ ହେବ ।

ପରୀକ୍ଷା ସାରଣୀ ଅନୁଯାୟୀ:-

ଫେବୃଆରୀ ୧୯- ଇଂରାଜୀ
ଫେବୃଆରୀ ୨୦- ପେଣ୍ଟିଂ (ଥିଓରୀ)
ଫେବୃଆରୀ ୨୨- ଓଡିଆ, ତେଲୁଗୁ, ହିନ୍ଦୀ ଓ ସଂସ୍କୃତ
ଫେବୃଆରୀ ୨୩- ପେଣ୍ଟିଂ (ପ୍ରାକ୍ଟିକାଲ୍)
ଫେବୃଆରୀ ୨୪- ଗଣିତ
ଫେବୃଆରୀ ୨୫- ହୋମ ସାଇନ୍ସ
ଫେବୃଆରୀ ୨୬- ବିଜ୍ଞାନ
ଫେବୃଆରୀ ୨୭- ଇଣ୍ଡିଆନ୍ କଲଚର୍ ଆଣ୍ଡ ହେରିଟେଜ୍
ଫେବୃଆରୀ ୨୯- ହୋମ୍ ସାଇନ୍ସ
ମାର୍ଚ୍ଚ ୮- ସାମାଜିକ ବିଜ୍ଞାନ

Leave A Reply

Your email address will not be published.