ହିମାଚଳ ବସ୍ ଦୁର୍ଘଟଣା ମୃତକଙ୍କ ପରିବାରକୁ ମିଳିବ ଦୁଇ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା
ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ
ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା 16 ଜଣ ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି (ପିଏମ୍ଏନଆରଏଫ୍)ରୁ ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ୨ଲକ୍ଷ ଟଙ୍କା ଏବଂ ଦୁର୍ଘଟଣାରେ ଆହତଙ୍କ ଲାଗି ୫୦,୦୦୦ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।
The bus accident in Kullu, Himachal Pradesh is heart-rending. In this tragic hour my thoughts are with the bereaved families. I hope those injured recover at the earliest. The local administration is providing all possible assistance to those affected: PM @narendramodi
— PMO India (@PMOIndia) July 4, 2022
ପ୍ରଧାନମନ୍ତ୍ରୁ ଟୁଇଟ କରି କହିଛନ୍ତି “ହିମାଚଳ ପ୍ରଦେଶର କୁଲୁରେ ବସ୍ ଦୁର୍ଘଟଣା ଅତ୍ୟନ୍ତ ହୃଦୟ ବିଦାରକ ଅଟେ । ଏହି ଦୁଃଖଦ ସମୟରେ ମୋର ଚିନ୍ତାଧାରା ଶୋକସନ୍ତପ୍ତ ପରିବାରମାନଙ୍କ ସହିତ ଅଛି । ମୁଁ ଆଶା କରୁଛି ଆହତମାନେ ଶୀଘ୍ର ସୁସ୍ଥ ହୋଇଯିବେ । ସ୍ଥାନୀୟ ପ୍ରଶାସନ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଉଛି । ହିମାଚଳ ପ୍ରଦେଶରେ ଘଟିଥିବା ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ପ୍ରଧାନ ମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି (ପିଏମ୍ଏନଆରଏଫ୍)ରୁ ୨ଲକ୍ଷ ଟଙ୍କା କରି ପ୍ରଦାନ ଲାଗି ପ୍ରଧାନମନ୍ତ୍ରୀ ମଞ୍ଜୁର କରିଛନ୍ତି । ଆହତ ମାନଙ୍କୁ ୫୦,୦୦୦ ଟଙ୍କା କରି ପ୍ରଦାନ କରାଯିବ ବୋଲି କହିଛନ୍ତି । ଏହି ଦୁଃଖଦ ଖବର ଶୁଣିବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।
Deeply saddened by the loss of so many precious lives in the tragic bus accident in #Kullu district of #HimachalPradesh. My thoughts and prayers are with the bereaved families in this hour of grief and pray for the speedy recovery of those who have sustained injuries.
— Naveen Patnaik (@Naveen_Odisha) July 4, 2022
Comments are closed.