Latest Odisha News

BREAKING NEWS

ରାମ ମନ୍ଦିର ଟ୍ରଷ୍ଟକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ

ମୋଦି କ୍ୟାବିନେଟରେ ଆଜି ରାମ ମନ୍ଦିର ଟ୍ରଷ୍ଟକୁ ମଂଜୁରୀ ମିଳିଯାଇଛି । ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କି, ଟ୍ରଷ୍ଟର ନାଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ହେବ । କ୍ୟାବିନେଟ ବୈଠକରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ପ୍ରଧାନମନ୍ତ୍ରୀ ସଂସଦରେ କହିଛନ୍ତି, “୬୭.୦୩ ଏକର ଜମି ଟ୍ରଷ୍ଟକୁ ଦିଆଯିବ । ଭଗବାନ ଶ୍ରୀରାମଙ୍କ ସ୍ଥଳୀରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟକୁ ସଂପୂର୍ଣ୍ଣ ଅଧିକାର ଦିଆଯିବ ସୁନ୍ନି ୱାକଫ ବୋର୍ଡକୁ ୫ ଏକର ଜମି ଦେବା ପାଇଁ ଉତ୍ତର ପ୍ରଦେଶ ସରକାରଙ୍କୁ ଅନୁରୋଧ କରାଯାଇଛି ।”

ସେ ଆହୁରି ମଧ୍ୟ କହିଛନ୍ତି, “ସମସ୍ତ ଧର୍ମର ଲୋକ ଏକ । ପରିବାରର ସଦସ୍ୟ ସୁଖ ସମୃଦ୍ଧି ପାଆନ୍ତୁ ଓ ଦେଶର ବିକାଶ ହେଉ । ସେଥିପାଇଁ ସବକା ସାଥ ସବକା ବିକାଶ ମନ୍ତ୍ରରେ ଆଗକୁ ବଢ଼ୁଛୁ । ଅଯୋଧ୍ୟାରେ ରାମ ଧାମର ନିର୍ମାଣ ପାଇଁ ସମସ୍ତ ଲୋକ ଏକ ସ୍ୱରରେ ନିଜର ମତ ଦିଅନ୍ତୁ । ”

Leave A Reply

Your email address will not be published.