Latest Odisha News

BREAKING NEWS

ଦିଲ୍ଲୀ ନିର୍ବାଚନ: ଜୋର ଧରିଲା ନିର୍ବାଚନ ପ୍ରଚାର, ମୈଦାନକୁ ଓହ୍ଲାଇଲେ ବିହାରର ବଡ ନେତା

ନୂଆଦିଲ୍ଲୀ: ଦିଲ୍ଲୀରେ ଡେରା ପକାଇଲେ ବିହାର ମନ୍ତ୍ରୀ । ଦିଲ୍ଲୀ ବିଧାନସଭା ଆସନ ହାତେଇବାକୁ ନେତା କରୁୂଛନ୍ତି କସରତ । ତେବେ ଫେବୃଆରୀ ୮ରେ ହେବାକୁ ଥିବା ନିର୍ବାଚନରେ ଜେଡିୟୁ ଦିଲ୍ଲୀର ୭୦ଟି ବିଧାନସଭା ସିଟରୁ ୨ଟିରେ ଲଢୁଛି । ସେମିତି ଆରଜେଡି ୪ଟି ସିଟରେ ନିଜର ଭାଗ୍ୟ ପରୀକ୍ଷା କରୁଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଆରଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ ମଧ୍ୟ ଦିଲ୍ଲୀରେ ନିର୍ବାଚନ ପ୍ରଚାର କରୁଛନ୍ତି । ବିହାରର ଅନ୍ୟ ଦୁଇଟି ଦଳ ଏଚଏଏମ ଓ ଏଲଜେପି ମଧ୍ୟ ଦିଲ୍ଲୀରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ।

BjdElectrycity

ସୂଚନାଯୋଗ୍ୟ, ନିତିଶ କୁମାର, ଏଲଜେପି ମୁଖ୍ୟ ଚିରାଗ ପାସୱାନ ଓ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା ଦିଲ୍ଲୀର ସଙ୍ଗମ ବିହାର ଅଂଚଳରେ ସଂଯୁକ୍ତ ରାଲି କରିଥିଲେ । ଏହାପରେ ନିତିଶ କୁମାର କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କ ସହିତ ବୁରାଡି ରାଲିକୁ ସମ୍ବୋଧିତ କରିଥିଲେ । ନୀତିଶଙ୍କ ବ୍ୟତୀତ ତାଙ୍କର ୧୦ରୁ ଅଧିକ ମନ୍ତ୍ରୀ ଦିଲ୍ଲୀର ବିହାରୀ ସଂପ୍ରଦାୟର ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି । ଦିଲ୍ଲୀରେ ସମସ୍ତ ଦଳ ନିଜ ନିଜ ଶକ୍ତି ପ୍ରଦର୍ଶନ ଜାରି ରଖିଛନ୍ତି ।

Leave A Reply

Your email address will not be published.