ନୂଆଦିଲ୍ଲୀ: ଭାରତର ପ୍ରଥମ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଜେନରାଲ ବିପିନ ରାୱତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
“ମୁଁ ଖୁସି ଯେ ନୂଆ ବର୍ଷ ତଥା ନୂଆ ଦଶକ ପ୍ରାରମ୍ଭରେ, ଭାରତ ପ୍ରଥମ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଭାବେ ଜେନରାଲ ବିପିନ ରାୱତଙ୍କୁ ପାଇଛି । ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ଏହି ନୂତନ କାର୍ଯ୍ୟଭାର ପାଇଁ ତାଙ୍କୁ ଶୁଭକାମନା ଜଣାଉଛି । ସେ ଜଣେ ଉଚ୍ଚକୋଟୀର ସେନାଧିôକାରୀ, ଯିଏକି ବଡ ଉତ୍ସାହର ସହିତ ରାଷ୍ଟ୍ରର ସେବା କରିଛନ୍ତି ।”
“ପ୍ରଥମ ସିଡିଏସ କାର୍ଯ୍ୟଭାର ସମ୍ଭାଳିବା ଅବସରରେ, ମୁଁ ରାଷ୍ଟ୍ରର ସେବା କରିଥିବା ଏବଂ ନିଜ ଜୀବନକୁ ସମର୍ପଣ କରିଥିବା ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ମୁଁ କାରଗିିଲ ଯୁଦ୍ଧର ସାହସୀ ସୈନିକମାନଙ୍କୁ ସ୍ମରଣ କରୁଛି, ଯେଉଁମାନଙ୍କ ପାଇଁ ଆମ ସେନାର ସୁଧାର ଲାଗି ଅନେକ ଚର୍ଚ୍ଚା ଓ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଏ ଦିଗରେ ଐତିହାସିକ ବିକାଶ ହୋଇପାରିଛି “।
“୧୫ ଅଗଷ୍ଟ ୨୦୧୯ରେ ଲାଲକିଲ୍ଲାରୁ ମୁଁ ଘୋଷଣା କରିଥିଲି ଯେ ଦେଶରେ ଜଣେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ନିଯୁକ୍ତ ହେବେ । ଏହା ଏକ ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ପଦବୀ । ସେ ସେନାବାହନୀର ଆଧୁନିକୀକରଣ ଓ ବିକାଶ ଦିଗରେ କାର୍ଯ୍ୟ କରିବେ । ଏହା ୧୩୦ କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାର ପ୍ରତିଫଳନ” ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ପ୍ରତିରକ୍ଷା ବ୍ୟାପାର ବିଭାଗ ଏବଂ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ପଦବୀ ଗଠନ ଏକ ବ୍ୟାପକ ଏବଂ ଯୁଗାନ୍ତକାରୀ ସଂସ୍କାର, ଯାହାକି ଆମ ଦେଶକୁ ଆଧୁନିକ ଯୁଦ୍ଧ ଆହ୍ୱାନର ସମ୍ମୁଖୀନ ହେବାରେ ସହାୟକ ହେବ ।”
Comments are closed.