Latest Odisha News

BREAKING NEWS

ଓଡିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ: ଭ୍ରମଣ ସହ ପିକନିକର ମଜ୍ଜା ମଧ୍ୟ ଉଠାଇପାରିବେ..

ଭୁବନେଶ୍ୱର : ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହୋଇଛି । ଯାହାଫଳରେ ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ଦେବା ସହିତ ନୂତନ ବର୍ଷର ଭରପୂର ମଜା ନେଉଛନ୍ତି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ ମଜଲିସ କରିବା ପାଇଁ ଭ୍ରମଣରେ ବାହାରି ପଡନ୍ତି ବିଭିନ୍ନ ଦର୍ଶନୀୟ ସ୍ଥାନ ତଥା ପର୍ଯ୍ୟଟନ ସ୍ଥଳୀକୁ ।

ରାଜ୍ୟ ଭିତରେ ଏଭଳି କିଛି ପର୍ଯ୍ୟଟନସ୍ଥଳୀ ରହିଛି ଯାହାର ମନୋରମ ଦୃଶ୍ୟ ଦେଖିଲେ ମନ୍ତ୍ରମୁଗ୍ଧ ହୋଇଯିବେ ।

ବାଙ୍କୁଲି ଜଳପ୍ରପାତ-

ମାଲକାନଗିରି ଜିଲ୍ଲାର ସପ୍ତଧାରର ଉପରପାଶ୍ୱର୍ରେ ରହିଛି ବାଙ୍କୁଲି ଜଳପ୍ରପାତ । ଏଠାରେ ଲୁକ୍କାୟିତ ଭାବେ ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ସବୁସମୟରେ ପର୍ଯ୍ୟଟକଙ୍କୁ ବିମୁଗ୍ଧ କରିପାରିବ । ବାଙ୍କୁଲିର ସୌନ୍ଦର୍ଯ୍ୟ ଉପଭୋଗ କରିବା ତଥା ପାହାଡ ଉପରୁ ସପ୍ତଧାରାକୁ ଦେଖିବା ଲାଗି କାହିଁ ଦୂରଦୂରାନ୍ତରୁ ଏଠାକୁ ପର୍ଯ୍ୟଟକମାନେ ଧାଇଁ ଆସିଥାନ୍ତି । ମାଳ ମାଳ ପାହାଡ ମଧ୍ୟଦେଇ ଲମ୍ଫ ପ୍ରଦାନ କରୁଥିବା ଝରଣା କଳକଳ ନାଦ ଏହାର ମୁଖ୍ୟ ଆକର୍ଷଣ ପାଲଟିଥାଏ ।

ଗୁଣ୍ଡିଚାଘାଇ-

ଓଡିଶାର ପର୍ଯ୍ୟଟନୀସ୍ଥଳୀ ମଧ୍ୟରେ ଗୁଣ୍ଡିଚା ଘାଇ ଅନ୍ୟତମ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ବଣଚକୁଳିଆ ଗ୍ରାମ ନିକଟରେ ରହିଛି ଏହି ଗୁଣ୍ଡିଚାଘାଇ ଜଳପ୍ରପାତ । ବଣ ପାହାଡ ଦେଇ ଅଙ୍କାବଙ୍କା ପଥର ସଜ୍ୟାରେ କଳ କଳ ନାଦ କରି ବୋହୁ ଆସୁଥିବା ମୁଷଳୀ ନଦୀ ଏହିଠାରେ ପ୍ରାୟ ୫୦ ଫୁଟ ତଳକୁ ଖସି ସୃଷ୍ଟି କରିଛି ପ୍ରକୃତିର ମନୋରମ ଦୃଶ୍ୟ ।

ଗୁଣ୍ଡିଚା ମୂଷା ପୀଠି ଭଳି ପଥର ଶର୍ଯ୍ୟାରୁ ୩ ଧାରାରେ ଧଳା ରଙ୍ଗର ଜଳ ଖସୁଥିବା ଯୋଗୁଁ ଏହା ଗୁଣ୍ଡିଚା ଘାଇ ନାମରେ ପରିଚିତ । ସବୁଜ ବନାନୀ ମଧ୍ୟରେ ଜଳପ୍ରପାତର ଅନ୍ୟତମ ଅପୂର୍ବ ସୌନ୍ଦର୍ଯ୍ୟ ତଥା ବଣଭୋଜିର ମଜା ଉଠାଇବା ପାଇଁ ଧାଇଁ ଆସିଥାନ୍ତି ।

Leave A Reply

Your email address will not be published.