Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ମନ ଜିଣିଲା କୁନି ହାତର ଯାଦୁ: ମୋଦି କହିଲେ କି ଅଦ୍ଭୁତ ପ୍ରତିଭା !

ନୂଆଦିଲ୍ଲୀ:କୁନି କୁନି ହାତରେ ଛୁଇଁ ଦେଉଥିଲା । ସେଇ ଛୁଆଁରେ ସୃଷ୍ଟି ହେଉଥିଲା ମନଜିଣା ସ୍ୱର । ସେ ସ୍ୱର ଛୁଇଁ ଯାଇଥିଲା କୋଟି କୋଟି ହୃଦୟକୁ । ଏପରିକି ପ୍ରଧାନମନ୍ତ୍ରୀ ବି ଏଥିରୁ ବାଦ ପଡି ନ ଥିଲେ । କୁନି ଝିଅର ଏଇ ପ୍ରତିଭା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବିଭୂତ କରି ଦେଇଥିଲା । କୁନି ଝିଅର ଏଇ ଭିଡିଓଟି ପ୍ରଧାନମନ୍ତ୍ରୀ ନିଜ ଟୁଇଟର ହାଣ୍ଡେଲେରେ ସେୟାର କରି ତାକୁ ପ୍ରଶଂସାରେ ପୋତି ଦେଇଛନ୍ତି ।

ଏଇ କୁନି ଝିଅଟି ହେଉଛି କେରଳର ଶାଲମଲୀ । କନ୍ନଡ ଗୀତ ‘ପାଲ୍ଲଭାଗଲା ପାଲ୍ଲଭିଆଲି’ର ପ୍ରତ୍ୟେକ ଗୀତକୁ ସିନ୍ଥେସାଇଜରରେ ସୁନ୍ଦର ଭାବେ ପକାଇ ବଜାଇ ପାରୁଛି । ମା’ ଗାଉଥିଲେ ଧାଡିଏ ଗୀତ । କୁନି ଝିଅଟି ଏହାକୁ ଶୁଣି ହସି ହସି  ସିନ୍ଥେସାଇଜରରେ ସ୍ୱରକୁ ପକାଉଥିଲା । ଆଉ ଏତେ ସୁନ୍ଦର ଏବଂ ନିର୍ଭୁଲ ଭାବେ ପକାଉଥିଲା ନ ଶୁଣିଲେ ଜଣେ ବିଶ୍ୱାସ କରିପାରିବନି । ଦେଖିଲେ ଲାଗିବ ଯେମିତି ଭଗବାନ ଏମିତି ପ୍ରତିଭା ଦେଇ ଝିଅଟିକୁ ଜନ୍ମ ଦେଇଛନ୍ତି । ଏତେ ଛୋଟ ଝିଅଟିର ଏତେ ସୁନ୍ଦର ସିନ୍ଥେସାଇଜର କମ୍ପୋଜିସନକୁ ଦେଖି ଲୋକେ ଖୁବ ପ୍ରଶଂସା କରିଛନ୍ତି ।

କୁନି ଝିଅ ଶାଲମଲୀର ଏଇ ଭିଡିଓଟିକୁ ଅନନ୍ତ କୁମାର ନାମକ ଜଣେ ବ୍ୟକ୍ତି ତାଙ୍କ ଟୁଇଟର ହାଣ୍ଡେଲରେ ସେୟାର କରିଥିଲେ । ଏଥିରେ ସେ ଲେଖିଛନ୍ତି, ‘ଥରେ ନୁହେଁ ଅନେକ ଥର ଦେଖିଲିଣି ।   ସୁନ୍ଦର ଆଉ ଜନ୍ମଗତ ପ୍ରତିଭା !’

ଏହି ଭିଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିଟୁଇଟ କରିଛନ୍ତି । କୁନି ଝିଅର ପ୍ରତିଭାକୁ ଭୂରି ଭୂରି ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି-‘ଭିଡିଓକୁ ଦେଖିଲେ ମୁହଁରେ ହସ ଖେଳିଯିବ । ଅଦ୍ଭୁତ ସୃଜନଶୀଳତା ଓ ପ୍ରତିଭା !’ ଏଥିସହିତ ପ୍ରଧାନମନ୍ତ୍ରୀ ଶାଲମଲିକୁ ଅନେକ ଅନେକ ଶୁଭେଚ୍ଛା ମଧ୍ୟ ଜଣାଯାଇଛନ୍ତି ।

ଭିଡିଓକୁ ୩୭ ହଜାରରୁ ଅଧିକ ଲାେକ ଦେଖିଲେଣି । ଅନେକ ରିଟୁଇଟ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.